କୋଣାର୍କ : ଅବଦାନ ପଂଚାୟତରୁ ଏକ ମାରୁତି ଅଲ୍ଟୋ କାରରୁ ୨ ପେଟି ମଦ ଜବତ

20

କନକ ବ୍ୟୁରୋ : ଆଜି ପଂଚମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ଗତକାଲି ସନ୍ଧ୍ୟାବେଳେ କୋଣାର୍କ ଅଂଚଳରୁ ଜବତ ହୋଇଛି ମଦ । କୋଣାର୍କ ଥାନା ଅବଦାନ ପଂଚାୟତରୁ ଏକ ମାରୁତି ଅଲ୍ଟୋ କାରରୁ ୨ ପେଟି ମଦ ଜବତ ହୋଇଛି । କୋଣାର୍କ ପୋଲିସ ଏହି ମଦସବୁ ଜବତ କରିବା ସହ ଗାଡି ଚାଳକଙ୍କୁ ଅଟକ ରଖିଛନ୍ତି । ତେବେ ଏହି ଗାଡିଟି ଶାସକ ଦଳ ସମର୍ଥିତ ସରପଂଚ ପ୍ରାର୍ଥୀଙ୍କର ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ତେବେ ପୋଲିସ ଏସଂପର୍କରେ କିଛି ସ୍ପଷ୍ଟ ସୂଚନା ଦେଇନାହିଁ ।