ଶିକାରୀ ଜାଲରେ ଫଶିଲା ଚିତା ବାଘ ! ତେଲେଙ୍ଗାନାର ନିଜାମସାଗର ପ୍ରୋଜେକ୍ଟରେ ଫଶିଲା ଚିତା, ବନବିଭାଗ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର ପରେ ଛଡାଗଲା ଜଙ୍ଗଲରେ ।

28

କନକ ବ୍ୟୁରୋ : ଶିକାରୀ ଜାଲରେ ଫଶିଗଲା ଚିତା ବାଘୁଣୀ । ଆହତ ଅବସ୍ଥାରେ ବାଘୁଣିକୁ ଉଦ୍ଧାର କରିଛି ବନବିଭାଗ । ଉଦ୍ଧାର ପରେ ଆହତ ବାଘୁଣୀକୁ ନେହେରୁ ଜିଓଲୋଜିକାଲ ପାର୍କରେ ଛାଡିଛି ବନବିଭାଗ । ତେଲେଙ୍ଗାନାର ବାଂଶୱାଡା ସଂରକ୍ଷିତ ଜଙ୍ଗଲରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା ।

ତେଲେଙ୍ଗାନାର ନିଜାମ ସାଗର ପ୍ରୋଜେକ୍ଟର ଏକ କେନାଲ ନିକଟରେ ଫଶି ଯାଇଥିଲା ବାଘୁଣି । ଏହାକୁ ଦେଖି ଗ୍ରାମବାସୀମାନେ ବନବିଭାଗକୁ ଖବର ଦେଇଥିଲେ । ବନବିଭାଗ ଖବର ପାଇଁ ଆହତ ଅବସ୍ଥାରେ ଚିତାକୁ ଉଦ୍ଧାର କରିଥିଲା । ଏବଂ ଚିକିତ୍ସା ପରେ ତାକୁ ଜଙ୍ଗଲ ଭିତରେ ଛଡା ଯାଇଛି । କିନ୍ତୁ ବାଘଟିର ଡାହାଣ ପଞ୍ଜାରେ ଆଘାତ ଲାଗିଥିବାରୁ ତା ଉପରେ ନଜର ରଖାଯାଇଛି ବୋଲି କହିଛନ୍ତି ବନବିଭାଗ ଅଧିକାରୀ ।