ଗାଁ ମୁଣ୍ଡରୁ ଉଦ୍ଧାର ହେଲା ଚିତାବାଘ । କେନ୍ଦୁଝର ହରିଚନ୍ଦନପୁର ପାଖ ବୁଢି ପଦର ଗାଁ ନିକଟରୁ ହେଲା ଉଦ୍ଧାର

ଚିତାବାଘକୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ

132

କନକ ବ୍ୟୁରୋ : ଗାଁ ମୁଣ୍ଡରୁ ଉଦ୍ଧାର ହେଲା ଚିତାବାଘ । କେଉଁଝରର ହରିଚନ୍ଦନପୁର ନିକଟରେ ଗାଁ ପାଖରେ ଏକ ଜଙ୍ଗଲି ଅଂଚଳରୁ ଏହି ଚିତାବାଘକୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ପାଖ ବୁଢପଦା ଗାଁରୁ ଏହି ଚିତାବାଘକୁ ଉଦ୍ଧାର କରାଯାଇଛି । ସ୍ଥାନୀୟ ଲୋକେ ଗାଁ ପାଖରେ ବୁଲୁଥିବା ଏହି ଜଙ୍ଗଲି ଜନ୍ତୁଙ୍କୁ ଲୋକେ ଧରି ରେବଣା ବନବିଭାଗକୁ ହସ୍ତାନ୍ତର କରିଛନ୍ତି । ରେବଣା ସଂରକ୍ଷିତ ଜଙ୍ଗଲରୁ ଏହି ଚିତାବାଘ ଚାଲି ଆସିଥିବା ସନ୍ଦେହ କରାଯାଉଛି । ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ବୁଢ଼ିପଦା ଗାଁ ନିକଟ ଜଙ୍ଗଲରୁ ବାହାରି ଆସି ଏହି ୪ ମାସର ଚିତାବାଘ ଛୁଆଟି ଗାଁ ଭିତରକୁ ଚାଲି ଆସିଥିଲା।

 

ଫଳରେ ଏହାକୁ ଦେଖି ଗାଁର ବୁଲା କୁକୁୁର ଗୋଡ଼ାଇବାରୁ ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ଚି ଏହି ଚିତାବାଘଟିକୁ କୁକୁର କବଳରୁ ରକ୍ଷା କରି ବନବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଚିତାବାଘଟିକୁ ନେଇ ହରିଚନ୍ଦନପୁର ଯାଇଛନ୍ତି। ସେଠାରେ ଏହି ବାଘ ଶାବକଟିର ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରାଯିବ। ତା ପରେ ଏ ନେଇ ବନବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରାଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣେ ବନବିଭାଗର ଅଧିକାରୀ ସୂଚନା ଦଇଛନ୍ତିି।