ବ୍ୟାଗରୁ ବାହାରିଲା ବାଘ ଛୁଆ ! ଚେନ୍ନାଇ ବିମାନବନ୍ଦରରୁ ଯାଂଚ ସମୟରେ ଟ୍ରଲି ବ୍ୟାଗରୁ ଚିତା ଛୁଆ ଉଦ୍ଧାର କଲେ କଷ୍ଟମ ଅଧିକାରୀ

ବାଙ୍କକରୁ ଆଣୁଥିଲେ ତାମିଲନାଡୁର ଯାତ୍ରୀ

194

କନକ ବ୍ୟୁରୋ: ବିମାନଯାତ୍ରୀଙ୍କ ବ୍ୟାଗରୁ ମିଳିଲା ଚିତାବାଘ ଛୁଆ । ଚେନ୍ନାଇ ଅର୍ନ୍ତଜାତୀୟ ବିମାନବନ୍ଦରରେ ଜଣେ ଯାତ୍ରୀଙ୍କ ବ୍ୟାଗ ଭିତରୁ ଗୋଟିଏ ମାସର ବାଘ ଛୁଆକୁ ଉଦ୍ଧାର କରିଛନ୍ତି କଷ୍ଟମ ଅଧିକାରୀ ।ସୂଚନା ଅନୁଯାୟୀ, ଥାଇ ଏୟାରୱେଜରେ ବ୍ୟାଙ୍କକକରୁ ତମିଲନାଡୁ ଆସୁଥିବା ଜଣେ ଯାତ୍ରୀଙ୍କର ଯାଂଚ ସମୟରେ ତାଙ୍କ ଟ୍ରଲି ବ୍ୟାଗ ଭିତରେ ଥିବା ଏକ ଛୋଟ ବାକ୍ସ ଭିତରୁ ଏହି ବାଘ ଛୁଆକୁ ଉଦ୍ଧାର କରାଯାଇଛି ।

 


କଷ୍ଟମ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଭିଡିଓରେ ବାଘ ଛୁଆଟିକୁ ଅଧିକାରୀମାନେ ବୋତଲରେ କ୍ଷୀର ପିଆଉଥିବା ଦୃଶ୍ୟ ଦେଖିବାକୁ ମିଳିଛି ।ଛୁଆ ଚିତାର ଚିକିତ୍ସା କରାଯିବା ପରେ ତାକୁ ଅରିଗନର ଆନ୍ନା ପ୍ରାଣୀ ଉଦ୍ୟାନରେ ଛଡାଯିବ ବୋଲି ଜଣାପଡିଛି । ବାଘଟିକୁ ବ୍ୟାଗରେ ପୁରାଇ ଆଣୁଥିବା ଯାତ୍ରୀଙ୍କୁ ଗିରଫ କରି ବନବିଭାଗକୁ ହସାନ୍ତର କରାଯାଇଛି । ଏବଂ କାହିଁକି ଛୁଆ ବାଘକୁ ଏଭଳି ଆଣୁଥିଲେ ସେ ନେଇ ତଦନ୍ତ ଜାରି ରହିଛି ।