ମାଲକାନଗିରି ଗୋବିନ୍ଦପାଲୀ ରେଂଜରୁ କଲରାପତରିଆ ଛାଲ ଜବତ ! ଜଣେ ଗିରଫ

50

କନକ ବ୍ୟୁରୋ : ବନବିଭାଗ ପୂର୍ବରୁ ଶିକାରୀଙ୍କ ପାଖରେ ପହଂଚୁଛି ବାଘର ଖବର । ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲି ରେଂଜ୍ ଅନ୍ତର୍ଗତ ତୋରାଗୁଡା ଗାଁରୁ ବାଘ ଛାଲ ଜବତ ପରେ ସାମନାକୁ ଆସିଛି ଏପରି ଘଟଣା । ବନବିଭାଗର ଚଢାଉ ପରେ ତୋରାଗୁଡା ଗାଁରୁ ଜବତ ହୋଇଛି ବାଘ ଚମଡା । କଲରାପତରିଆ ବାଘ ଚମଡା ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି ବନବିଭାଗ ।

ଗତ କିଛି ଦିନ ପୂର୍ବରୁ ଗୋବିନ୍ଦପାଲି ଜଙ୍ଗଲ ଓ ଜୋକ୍ରିଜୋଡି ଗାଁରେ ଏକ ବାଘକୁ ଠାବ କରାଯାଇଥିଲା । ବନବିଭାଗର ମୋସନ୍ ସେନ୍ସର କ୍ୟାମେରାରୁ ଏହା ଏକ କଲରା ପତରିଆ ବାଘ ବୋଲି ମଧ୍ୟ ଜଣା ପଡିଥିଲା । ହେଲେ ବନବିଭାଗ ବାଘଟିର ସନ୍ଧାନ କରିବା ପୂର୍ବରୁ ଶିକାରୀ ହାତରେ ବାଘଟିର ମୃତ୍ୟୁ ହୋଇଛି । ତୋରାଗୁଡା ଗାଁରୁ ବାଘ ଛାଲ ଜବତ ପରେ ଏହା ସ୍ପଷ୍ଟ ହୋଇଛି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ବିଭିନ୍ନ ଆନୁସଙ୍ଗିକ ଉପକରଣ ଥିବା ସତ୍ୱେ ବନବିଭାଗ ବାଘଟିର ସନ୍ଧାନ ନେବରେ ବିଫଳ ହୋଇଥିବା ବେଳେ ବାଘଟିକୁ ଶିକାର କରିବାରେ କେମିତି ସଫଳ ହେଲେ ଶିକାରୀ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-