ଲେମ୍ବୁ ପାଣି ପିଉଛନ୍ତି କି ? ସାବଧାନ, ଶରୀରରେ ଦେଖା ଦେଇପାରେ ବିଭିନ୍ନ ସମସ୍ୟା

64

ଖରାଦିନେ ଗରମରୁ ରକ୍ଷା ପାଇବା ପାଇଁ ଅଧିକାଂଶ ଲୋକ ଲେମ୍ବୁ ପାଣି ପିଇ ଶୋଷ ମେଣ୍ଟାଇଥାନ୍ତି । ଲେମ୍ବୁ ପାଣି ପିଇବା ଦ୍ୱାରା ଅନେକ ଫାଇଦା ହୋଇଥାଏ କିନ୍ତୁ ସ୍ୱାସ୍ଥ୍ୟ ଉପରେ ପଡୁଥିବା ଏହାର କୁପ୍ରଭାବ ଉପରେ ବହୁତ କମ ଲୋକ ଜାଣିଛନ୍ତି । କାରଣ ଲେମ୍ବୁରେ ପ୍ରବଳ ମାତ୍ରାରେ ଅମ୍ଳ ରହିଥାଏ । ତେଣୁ ଏହା ସ୍ୱାସ୍ଥ୍ୟ ପାଇଁ ଅନେକ ସମୟରେ ହାନି ପହଞ୍ଚାଇଥାଏ । ଡାକ୍ତରଙ୍କ କହିବା ଅନୁଯାୟୀ, ଗୋଟିଏ ଦିନରେ ୩ ଥରରୁ ଅଧିକ ଥର ଲେମ୍ବୁ ପାଣି ପିଇବା ଦ୍ୱାରା ବିଭିନ୍ନ ସମସ୍ୟା ଦେଖା ଯାଇଥାଏ ।

ଦାନ୍ତ ପାଇଁ ସମସ୍ୟା : ଲେମ୍ବୁ ପାଣି ପିଇବା ଦ୍ୱାରା ଫାଇଦା ମିଳିଥାଏ ସତ କିନ୍ତୁ ଅଧିକ ଲେମ୍ବୁ ପାଣି ପିଇବା ଦ୍ୱାରା ଦାନ୍ତ ଉପରେ ଏହାର ପ୍ରଭାବ ପଡିଥାଏ । ଏକ ରିସର୍ଚ୍ଚ ଅନୁଯାୟୀ, ଅଧିକ ଲେମ୍ବୁ ପାଣି ପିଇବା ଦ୍ୱାରା ଦାନ୍ତରେ ବିଭିନ୍ନ ସମସ୍ୟା ଦେଖା ଦେଇଥାଏ । ଲେମ୍ବୁରେ ଅତ୍ୟଧିକ ଅମ୍ଲ ରହିବା ହେତୁ ଦାନ୍ତର ଏନମଲ ଦୁର୍ବଳ ହୋଇଯାଇଥାଏ । ଲେମ୍ବୁ ସାଇଟ୍ରସ ଏସିଡ଼ର ମାତ୍ରା ଅଧିକ ରହୁଥିବାରୁ ଏହା ଦାନ୍ତର ଉପର ପରସ୍ତ ଉପରେ ପ୍ରଭାବ ପକାଇଥାଏ ।

ଛାତି ଜଳାପୋଡା ଓ ଅଲସର : ଏକ ରିସର୍ଚ୍ଚ ଅନୁଯାୟୀ, ଲେମ୍ବୁ ପାଣି ଅଧିକ ପିଇବା ଦ୍ୱାରା ଛାତି ଜଳାପୋଡା ଭଳି ସମସ୍ୟା ଦେଖାଦେଇଥାଏ । ଅଧିକ ଅମ୍ଳିୟ ଜୁସ ପିଇବା ଦ୍ୱାରା ଅଲସର ଭଳି ସମସ୍ୟା ଉପଜିଥାଏ । ତେବେ ଯଦି ଛାତି ଜଳାପୋଡା ଓ ଅଲସର ଭଳି ସମସ୍ୟା ଦେଖା ଦେଉଥାଏ ତେବେ ଲେମ୍ବୁ ପାଣି ପିଇବା ପୂର୍ବରୁ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

ଶରୀରରୁ ଜଳୀୟବାଷ୍ପ କମିଯିବା : ଯଦି ଗରମ ପାଣିରେ ଲେମ୍ବୁ ମିଶାଇ ପିଉଥାନ୍ତି ତେବେ ପରିସ୍ରା ସମୟରେ ସମସ୍ୟା ଦେଖାଦେଇଥାଏ । ଏହାଛଡା ଲେମ୍ବୁ ପାଣି ପିଇବା ଦ୍ୱାରା ଶରୀରରୁ ଅତିରିକ୍ତ ଜଳର ମାତ୍ରା କମ ହୋଇଯାଇଥାଏ । କେବଳ ଏତିିକି ନୁହେଁ ଅଧିକ ଲେମ୍ବୁ ପିଇବା ଦ୍ୱାରା ପୋଟାସିୟମର ମାତ୍ରା କମ ହୋଇଯାଇଥାଏ ।
ରକ୍ତରେ ଆଇରନର ମାତ୍ରା ବଢି ଯାଇଥାଏ : ଲେମ୍ବୁ ପାଣି ପିଇବା ଦ୍ୱାରା ଶରୀରରେ ଭିଟାମିନ ସି ବୃଦ୍ଧି ପାଇଥାଏ । ସାଧାରଣତଃ ଭିଟାମିନ ସି ଶରୀରରୁ ଆଇରନକୁ ଅବଶୋଷଣ କରିଥାଏ । ଅଧିକ ମାତ୍ରାରେ ଆଇରନ ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । ଲେମ୍ବୁ ପାଣିରେ ସାଇଟ୍ରିସ ଏସିଡ ଓ ଅକ୍ସଲେଟ ପଯ୍ୟାପ୍ତ ମାତ୍ରାରେ ରହିଥାଏ । ଲେମ୍ବୁ ପାଣି ଅଧିକ ପିଇବା ଦ୍ୱାରା ଏହା ଛୋଟ ଛୋଟ ପଥର ରୂପେ ଶରୀରରେ ଜମା ହୋଇଯାଇଥାଏ ।ଯାହାଦ୍ୱାରା କିଡନୀ ଷ୍ଟୋନ ହେବାର ସମ୍ଭାବନା ଦେଖା ଦେଇଥାଏ ।

ଅଧିକ ଲେମ୍ବୁ ପାଣି ପିଇବା ଦ୍ୱାରା ଶରୀରର ହାଡ ଦୁର୍ବଳ ହୋଇଯାଇଥାଏ ।ଲେମ୍ବୁରେ ଅମ୍ଲିୟ ଅଂଶ ରହୁଥିବାରୁ ଶରୀରର ହାଡ ଉପରେ ଏହା ପ୍ରତିକୂଳ ପ୍ରଭାବ ପକାଇଥାଏ । ଏହାଛଡା ଯଦି ପୂର୍ବରୁ ଗ୍ୟାସ ସମସ୍ୟା ରହିଥାଏ ତେବେ ଲେମ୍ବୁ ପାଣି ପିଇବା ଦ୍ୱାରା ସମସ୍ୟା ଦେଖା ଦେଇଥାଏ । ଏହାଦ୍ୱାରା ହଜମ ପ୍ରକିୟାରେ ବାଧା ଦେଖା ଦେଇଥାଏ ।