ଏଲଇଡ଼ି ଟିଭି କିଣିବା ହେଲା ଶସ୍ତା ! ସରକାର ହ୍ରାସ କଲେ ବେସିକ୍ କଷ୍ଟମ ଡ୍ୟୁଟି

2

ଶସ୍ତାରେ ମିଳିବ ଦେଶକୁ ଆମଦାନୀ ହେଉଥିବା ଏଲଇଡ଼ି ଟିଭି । ଅନ୍ୟ ଦେଶରୁ ଆମଦାନୀ ହେଉଥିବା ଏଲଇଡ଼ି ଟିଭିର ମୂଲ୍ୟ ହ୍ରାସ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ସୂଚନା ଅନୁସାରେ ଏଲଇଇଡ଼ି ଟିଭିର ମୂଲ୍ୟ ବୃଦ୍ଧି କରାଯାଇଥିଲା । କିନ୍ତୁ ଚଳିତ ଥର ସରକାର ଟିଭି ଉପରେ ଲଗାଯାଉଥିବା ଆମଦାନୀ କରକୁ ୫ ପ୍ରତିଶତ କମ୍ କରିଛନ୍ତି ।

ଅର୍ଥ ମନ୍ତ୍ରାଳୟ ଜାରି କରିଥିବା ଅଧିସୂଚନା ଅନୁସାରେ କୁହାଯାଇଛି ସରକାର ୧୫. ୬ ଇଂଚ ଓପନ ସେଲ ଡିସପ୍ଲେ ଉପରେ କଷ୍ଟମ ଡ୍ୟୁଟି ହ୍ରାସ କରି ୫ ପ୍ରତିଶତ କରିଦେଇଛନ୍ତି । ଯାହା ପୂର୍ବରୁ ୧୦ ପ୍ରତିଶତ ଥିଲା । ସରକାର ଗତ ବଜେଟରେ ଓପନ ସେଲ୍ ପ୍ୟାନେଲରେ ୧୦ ପ୍ରତିଶତ କଷ୍ଟମ ଡ୍ୟୁଟି ଲଗାଇଥିଲେ, ଅନ୍ୟପଟେ ଏହାପୂର୍ବରୁ ଏପରି କିଛି ଅମାଦାନୀ କର ଲାଗୁ ହୋଇନଥିଲା ।

 

ଆଉ ତା’ପରେ ଟିଭି କମ୍ପାନୀ ଗୁଡ଼ିକ ରିଟେଲ ପ୍ରାଇସକୁ ୪ରୁ ୫ ପ୍ରତିଶତ ବୃଦ୍ଧି କରିଥିଲେ । ତେବେ ଏହି ଅମାଦାନୀ କର ବଢ଼ିଲେ ରୋଜଗାର ନୂଆ ସୁଯୋଗ ପ୍ରଭାବିତ ହେବାର ଆଶଙ୍କା କରିଥିଲେ । ଓପନ ସେଲ୍ସ ପ୍ୟାନେଲ ମାମଲାରେ କମ୍ପାନୀ ଗୁଡ଼ିକ ଦେଶରେ ତିଆରି ହେଉଥିବା ଟିଭିକୁ ଆସେମ୍ବଲ କରନ୍ତି, ଯାହା ଏଲଇଡ଼ି ଟିଭି ପାଇଁ ଜରୁରୀ ଅଟେ । ସାମସଙ୍ଗ, ଏଲଜି, ପାନାସୋନିକ ପରି କମ୍ପାନୀ ଗୁଡ଼ିକ ଗତ ୨ ମାସଠାରୁ ଏହାର ବ୍ୟବହାର କରୁଛନ୍ତି ।

Comments are closed.