ଯାଜପୁର ବ୍ଲକ ମହେଶ୍ୱରପୁରରେ ଏଲଇଡି ଦୁର୍ନୀତି । ଗାଁ ରାସ୍ତା ଆଲୋକୀକରଣ ପାଇଁ ଆସିଥିଲା ଏଲଇଡି, କିନ୍ତୁ ଲାଗିଲା ଘର ଛାତରେ

221

କନକ ବ୍ୟୁରୋ : ଗାଁରେ ଆଲୋକୀକରଣ ପାଇଁ ଆସିଥିବା ଏଲଇଡିରେ ଦୁର୍ନୀତି । ଗାଁ ରାସ୍ତା ଆଲୋକୀକରଣ ପାଇଁ ଏଲଇଡି ଲାଇଟ୍ ଆସିଥିଲା, ହେଲେ ଲାଗିଗଲା ଲୋକଙ୍କ ଛାତ ଉପରେ । ଏଭଳି ଅଭିଯୋଗ ଆସିଛି ଯାଜପୁର ବ୍ଲକ ମହେଶ୍ୱରପୁର ପଂଚାୟତରୁ । ଆଉ ସବୁଠାରୁ ଅଧିକ ଦୁର୍ନୀତି ଦେଖିବାକୁ ମିଳିଛି ପୁରୁଷୋତମପୁର ଗାଁରେ ।

ପଂଚାୟତର ଗାଁ ରାସ୍ତା ଆଲୋକୀକରଣ ପାଇଁ ଆସିଥିବା ଲାଇଟକୁ ରାସ୍ତା ଉପରେ ଲଗା ନଯାଇ କାହାର ଘର ଛାତ ଉପରେ ଲଗାଯାଇଛି ତ କେଉଁଠି ଗୋଟିଏ ଖୁଂଟରେ ଏକାଧିକ ଲାଇଟ ଲଗାଯାଇଛି । ଗାଁ ରାସ୍ତା ଯେଉଁ ଅନ୍ଧାରକୁ ସେହି ଅନ୍ଧାର ।ତେବେ ଏପରି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ବିଡିଓ କହିଛନ୍ତି ଯେ, ଘଟଣାର ଅଭିଯୋଗ ଆସିଲେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ।