ସାରା ଓଡିଶା ଦେଖିବ ହକି ବିଶ୍ୱକପର ଲାଇଭ୍ : ପ୍ରତି ନିର୍ବାଚନ ମଣ୍ଡଳୀରେ ଲାଗିବ ୩ଟି ଏଲସିଡି 

ବ୍ୟବସ୍ଥା କରିବାକୁ ସମସ୍ତ ବିଧାୟକଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

131

କନକ ବ୍ୟୁରୋ : ସାରା ସହରରେ ଏବେ ଖାଲି ହକିକୁ ନେଇ ଚର୍ଚା। ସ୍କୁଲ୍, କଲେଜ୍, ପାର୍କ, ରାସ୍ତା, ଖଟି ସବୁଠି ହକି ଏକ ଗରମ ପ୍ରସଙ୍ଗ। ହକି ବିଶ୍ବକପ୍ ଆୟୋଜନ ତାରିଖ ଯେତେ ନିକଟ ହେଉଛି ସହରର କୋଳାହଳ ସେତେ ବଢ଼ିବଢ଼ି ଚାଲିଛି। ରାସ୍ତାଘାଟ, ପାର୍କ, ଓଭରବ୍ରିଜ୍ ଚକାଚକ କରିବାକୁ ପ୍ରଶାସନ ରାତିଦିନ ଏକ କରିଦେଇଛନ୍ତି। ହକି ବିଶ୍ବକପ୍ ଉପଭୋଗ କରିବା ପାଇଁ ଆସୁଥିବା ଦର୍ଶକଙ୍କର ଆଖି ଯେମିତି ଲାଖି ରହିବ ସେନେଇେ ନୂଆନୂଆ ଆୟୋଜନ ଚାଲିଛି। ଅଟକିଯାଇଥିବା ଲୋକପ୍ରିୟ କାର‌୍ୟ୍ୟକ୍ରମ ଆୟୋଜନ ପାଇଁ ବି ମନବଳାଇଛି ପ୍ରଶାସନ।

ସାରା ଓଡିଶା ଦେଖିବ ହକି ବିଶ୍ୱକପର ଲାଇଭ । ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ବିଧାୟକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରତି ନିର୍ବାଚନ ମଣ୍ଡଳୀରେ ଲାଗିବ ୩ଟି ଏଲସିଡି । ହକି ଖେଳ ଦେଖିବା ପାଇଁ ଲୋକଙ୍କ ଭିତରେ ଉତ୍ସାହ ବଢ଼ୁଛି । ଏଥିପାଇଁ ଟିକେଟ କିଣିବା ପାଇଁ ଦେଖିବାକୁ ମିଳିଥିବା ଉତ୍ସାହରୁ ଏହା ସ୍ପଷ୍ଟ ହୋଇଛି । ଆସନ୍ତା ୨୭ ତାରିଖରେ କଳିଙ୍ଗ୍ ଷ୍ଟାଡିୟମରେ ହକି ବିଶ୍ୱକପ୍ ପାଇଁ ଉଦ୍ଦଘାଟନି ଉତ୍ସବ ଆୟୋଜିତ ହେବ । ସେହିପରି ୨୮ ତାରିଖରେ ବାରବାଟି ଷ୍ଟାଡିୟମରେ ବିଶ୍ୱ କପ୍ ପାଇଁ ଏଆର ରେହମାନଙ୍କ ସଂଗୀତ ଭିତିକ କାର୍ଯ୍ୟକ୍ରମ ରହିଛି । ଏଥିରେ ବଲିଉଡ୍ ବାଦଶାହା ଶାହାରୁଖ ଖାଁ ଯୋଗଦେବେ । ଡିସେମ୍ବର ୧୬ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ଖେଳ ଚାଲିବ ।