ଅନୁଗୁଳରେ ଅଧ୍ୟାପକଙ୍କୁ ଛାତ୍ର ମାଡ଼ ମାରିବା ଘଟଣା ! ଅଧ୍ୟାପକଙ୍କ ସମର୍ଥନରେ ବାହାରିଲେ ଛାତ୍ରଛାତ୍ରୀ

25

କନକ ବ୍ୟୁରୋ: ଅନୁଗୁଳ ସରକାରୀ କଲେଜରେ ଅଧ୍ୟାପକଙ୍କୁ ଜଣେ ଛାତ୍ର ମାଡ଼ ମାରିବା ଘଟଣା । ଅଧ୍ୟାପକଙ୍କ ସମର୍ଥନରେ ବାହାରିଛନ୍ତି କଲେଜର ଛାତ୍ରଛାତ୍ରୀ । ମାଡ଼ ମାରିଥିବା ସମ୍ପୃକ୍ତ ଛାତ୍ରକୁ ତୁରନ୍ତ ଗିରଫ କରିବାରେ ଦାବି କରିବା ସହିତ ସୁରକ୍ଷାରେ ତ୍ରୁଟି ନେଇ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ ।

ସୂଚନା ମୁତାବକ, ଗତକାଲି ଅନୁୂୁଗୁଳ ସରକାରୀ କଲେଜରେ ଦେଖିବାକୁ ମିଳିଥିଲା ଛାତ୍ରଙ୍କ ଗୁଣ୍ଡାଗିରି । କ୍ଲାସରୁମ୍ ଭିତରୁ ଅଧ୍ୟାପକଙ୍କୁ ଉଠାଇନେଇ ମାଡ଼ ମାରିଥିଲେ ଛାତ୍ର । କପିକୁ କେନ୍ଦ୍ରକରି ମାଡ଼ ମାରିବା ସହ ଅପହରଣ କରିବା ପରେ ଅଧବାଟରେ ଅଧ୍ୟାପକଙ୍କୁ ଛାଡି ଦେଇଥିଲେ ଛାତ୍ର । ଦର୍ଶନ ବିଭାଗର ଅଧ୍ୟାପକ ପ୍ରଦ୍ୟୁମ୍ନ ବେଉରାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା ।