ସାବଧାନ ! ଏଣିକି ଅଧିକ ଟଙ୍କା, ଚେକ୍ କିମ୍ବା ଅଳଙ୍କାର ଧରି ବାହାରକୁ ବାହାରିଲେ ଉଠାଇ ନେବ ପୁଲିସ୍…

ଏଟିଏମର ସ୍ଲିପ୍, ଅଳଙ୍କାର କିଣିଥିବା ସମୟରେ ମିଳିଥିବା ରସିଦ ଭଳି କାଗଜପତ୍ର ପାଖରେ ରଖନ୍ତୁ

140

ଯଦି ଆପଣ ଘରୁ କିମ୍ବା ଦୋକାନରୁ କିମ୍ବା ବ୍ୟାଙ୍କରୁ ୫୦ ହଜାରରୁ ଅଧିକ ନଗଦ ଟଙ୍କା କିମ୍ବା ଅଳଙ୍କାର ଆଦି ନେଇ ବାହାରକୁ ଯାଉଛନ୍ତି ତେବେ ଏଥି ସହିତ ଏହା ସହ ଜଡିତ ଦସ୍ତାବିଜ ମଧ୍ୟ ସାଥିରେ ନିଶ୍ଚୟ ରଖନ୍ତୁ । ଏଥିପାଇଁ ଏଟିଏମର ସ୍ଲିପ୍, ଫୋନରେ ଆସିଥିବା ଟ୍ରାନଜାକସନର ମେସେଜ, ଅଳଙ୍କାର କିଣିଥିବା ସମୟରେ ମିଳିଥିବା ରସିଦ ଭଳି ଅନ୍ୟାନ୍ୟ କାଗଜପତ୍ର ନିଶ୍ଚୟ ପାଖରେ ରଖନ୍ତୁ ।  ଯଦି ଆପଣ ଏଭଳି ନକରନ୍ତି ତେବେ ପୁଲିସ ଆପଣଙ୍କର ସବୁ ଟଙ୍କା ଆଉ ଅଳଙ୍କାର ଜବତ କରିନେବ ।

ଏଭଳି ନିୟମ ଲାଗୁ ହୋଇଛି ମଧ୍ୟପ୍ରଦେଶରେ । ମଧ୍ୟପ୍ରଦେଶରେ ଆଚରଣ ସଂହିତା ଲାଗୁ ରହିବା ପର୍ଯ୍ୟନ୍ତ ୫୦ ହଜାରରୁ ଅଧିକ ନଗଦ ଟଙ୍କା, ସୁନା ଅଳଙ୍କାର ଭଳି ଦାମୀ ବସ୍ତୁର ଟ୍ରାନ୍ସପୋର୍ଟେସନକୁ କୌଣସି ରାଜନୈତିକ ଉଦ୍ଦେଶ ବୋଲି ନିର୍ବାଚନ ଆୟୋଗ ମାନିବ । ତେଣୁ ଏହି ସବୁ ଜିନିଷକୁ ବ୍ୟକ୍ତିଗତ ବୋଲି ପ୍ରମାଣିତ କରିବାକୁ ହେଲେ ଆପଣଙ୍କୁ ଉଭୟ ପୁଲିସ ଓ ପ୍ରଶାସନକୁ ଏଥି ସହିତ ଜଡିତ ଦସ୍ତାବିଜ ଦ୍ୱାରା ସନ୍ତୁଷ୍ଟ କରିବାକୁ ହେବ ।

ସେହିପରି ଆୟୋଗର ଯୁକ୍ତି ରହିଛି କି, କାହା କପାଳରେ ତ ଏହା ଲେଖା ଯାଇନି କି, ସେ ଜଣେ ସାଧାରଣ ଲୋକ ନା  କୌଣସି ରାଜନୈତିକ ଦଳର ନେତା କିମ୍ବା କର୍ମୀ ବୋଲି । ଅନ୍ୟପଟେ, ସବୁବେଳେ କ୍ୟାସର ହିସାବ ସାଥିରେ ନେଇ ଚାଲିବା ସମ୍ଭବ ନୁହେଁ ବୋଲି ବ୍ୟବସାୟୀମାନେ ଯୁକ୍ତି ବାଢିଛନ୍ତି ।

ଟଙ୍କା, ଟେକ୍ ଏବଂ ଅଳଙ୍କାର ପାଖରେ ଥିଲେ…

• ଟଙ୍କା ଟ୍ରାନଜାକସନର ରସିଦ କିମ୍ବା ବ୍ୟାଙ୍କ ପାସବୁକ ସାଥିରେ ରଖନ୍ତୁ

• ଚେକର ପୂରା ବିବରଣୀ ଏବଂ ଅଳଙ୍କାରର ବିଲ ସାଥିରେ ରଖନ୍ତୁ

• ଟଙ୍କା କିମ୍ବା ଅଳଙ୍କାର ରାଜନୈତିକ ସମ୍ବନ୍ଧିତ ନହୋଇଥିବା ଦରକାର

• ପଚରାଯିବା ଦ୍ୱାରା କେଉଁଠି ଏବଂ କେଉଁ ଉଦ୍ଦେଶ୍ୟରେ ନେଉଛନ୍ତି ତାହା ଜଣାନ୍ତୁ

ବ୍ୟକ୍ତିଗତ ଜିନିଷ ଜବତ ହେଲେ କଣ କରିବେ

• ପୁଲିସ ଚେକିଂ ସମୟେରେ ଜବତ ହୋଇଥିବା ଟଙ୍କା,ଅଳଙ୍କାର ଏବଂ ଚେକ ଅବୈଧାନିକ ବୋଲି ଭାବି ୪୧ (୨) ଅଧାରରେ ରଖି ପାରିବ । ଟଙ୍କା ଜବତ ହେବା ପରେ ଏହାର ଅପିଲ ଜିଲ୍ଲା ପଂଚାୟତ କାର୍ଯ୍ୟାଳୟକୁ ଯାଇଥାଏ । ଏଥିରେ ଜଣେ ଅଧ୍ୟକ୍ଷ ଏବଂ ଦୁଇ ଜଣ ସଦସ୍ୟ ଥାନ୍ତି । ଏଠାରେ ଆପଣଙ୍କୁ ଆପଣଙ୍କର ପକ୍ଷ ରଖିବାକୁ ପଡିବ । ଯଦି ଆପଣ ନିଜର ପକ୍ଷ ରଖିବାକୁ ଅକ୍ଷମ ହୁଅନ୍ତି ତେବେ ମାମଲାଟି କୋର୍ଟଟୁ ଚାଲି ଯିବ ।

• ଟଙ୍କା ଜବତ ହେବା ଦ୍ୱାରା ପୀଡିତ ସିଧା କୋର୍ଟର ବି ଦ୍ୱାରସ୍ତ ହୋଇପାରିବେ । ସେ ସୋର୍ସ ଜଣାଇ ଟଙ୍କାକୁ ଫେରାଇ ଆଣିପାରିବେ । ନିୟମାନୁସାରେ ୫୦ ହଜାରରୁ ଅଧିକ ଟଙ୍କା ବ୍ୟାଙ୍କରେ ଜମା କଲେ କିମ୍ବା ପାଖରେ ରଖିଲେ ପାନ କାର୍ଡ ରଖିବା ନିହାତି ଜରୁରୀ ।