ପାଲଲହଡା ରେଙ୍ଗାଳୀ ଡ୍ୟାମ ନିକଟରେ କଲରାପତରିଆ ବାଘର ମୃତ୍ୟୁ । ପାଣିରେ ଭାସୁଥିବା ସମୟରେ ଉଦ୍ଧାର ହେଲା ମୃତଦେହ

112

କନକ ବ୍ୟୁରୋ: ପାଲଲହଡା ରେଙ୍ଗାଳୀ ଡ୍ୟାମ ନିକଟରୁ କଲରାପତରିଆ ବାଘର ମୃତଦେହ ଉଦ୍ଧାର । ପାଣିରେ ଭାସୁଥିବା ସମୟରେ ମାଙ୍କଡଚୁଆଁ ଗାଁରେ ବାଘଟିର ମୃତଦେହ ମିଳିଛି । ତେବେ ବାଘଟିର ମୃତ୍ୟୁର କାରଣ ଜଣାପଡିନାହିଁ ।

ବାଘଟିକୁ ଶିକାର କରିବା ପରେ ଶିକାରୀ ମାନେ ପାଣିରେ ଫୋପାଡିଦେଇଥିବା ଆଶଙ୍କା କରାଯାଉଛି । ଗାଁ ଲୋକେ ବନବିଭାଗକୁ ଏନେଇ ଖବର ଦେଇଥିବା ବେଳେ ବନବିଭାଗ ଘଟଣା ସ୍ଥଳରେ ଏଯାଏ ପହଚିଂପାରିନାହିଁ ।