ବିଜେଡିର ମିଶିଲେ କେନ୍ଦ୍ରାପଡାର ଶତାଧିକ ବିଜେପି, କଂଗ୍ରେସ ନେତା ଓ କର୍ମୀ : ନବୀନ କହିଲେ ଦଳକୁ କରିବେ ମଜଭୁତ୍

38

କନକ ବ୍ୟୁରୋ : ଆଜି ପୁଣି ବିଜେଡି କରିଛି ମିଶ୍ରଣ ପର୍ବ । ନବୀନ ନିବାସରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି କେନ୍ଦ୍ରାପଡା ଜିଲ୍ଲାର ଶତାଧିକ କଂଗ୍ରେସ , ବିଜେପିର ନେତା ଓ କର୍ମୀ । ସେମାନଙ୍କ ଭିତରେ ରହିଛନ୍ତି କେନ୍ଦ୍ରାପଡା ମୁନସିପାଲିଟିର କାଉଂସିଲର, ବିଭିନ୍ନ ବ୍ଲକର ସମିତି ସଭ୍ୟ, ପୂର୍ବତନ ଜିଲ୍ଳାପରିଷଦ ସଦସ୍ୟ ଓ ଅନେକ ତୃଣମୂଳ ସ୍ତରର ନେତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସମସ୍ତେ ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡିରେ ଯୋଗ ଦେଇଥିବା ସମସ୍ତ କର୍ମୀଙ୍କୁ ସ୍ୱାଗତ କରିବା ସହ ଏହି ମିଶ୍ରଣ ଦ୍ୱାରା ଦଳ ଅଧିକ ମଜଭୁତ୍ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ମିଶ୍ରଣ ପର୍ବରେ କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ବିଧାୟକ ଉପସ୍ଥିତ ଥିଲେ ।