ବିଜେପିରେ ମିଶ୍ରଣ ପର୍ବ ! ପଦ୍ମରେ ମିଶିଲେ କଂଗ୍ରେସ୍ ଓ ବିଜେଡିର ଛାମୁଆ ନେତା

30

କନକ ବ୍ୟୁରୋ : ଭାରତୀୟ ଜନତା ପାର୍ଟିରେ କଂଗ୍ରେସ୍ ଓ ବିଜେଡିର ହେଭିୱେଟ୍ ନେତା । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ଆଜି ଯାଜପୁର, କେନ୍ଦୁଝର ଜିଲାରୁ ବହୁ ବଡ଼ ବଡ଼ ନେତା ବିଜେପିରେ ଯୋଗ ଦେଇଛନ୍ତି । ଯାଜପୁର ସୁକିନ୍ଦାରୁ ବିଜେଡି ନେତା ପ୍ରଦୀପବଳ ସାମନ୍ତଙ୍କ ସହ ଏକାଧିକ ସରଂପଚ, ପଂଚାୟତସମିତି ସଦସ୍ୟ ବିଜେପିରେ ଯୋଗ ଦେଇଛନ୍ତି ।

ସେହିପରି କେନ୍ଦୁଝର ଜିଲ୍ଲାର କଂଗ୍ରେସ୍ ନେତା ଧୁର୍ନଜୟ ସିନ୍ଧୁ, ପୂର୍ବତନ କଂଗ୍ରେସ ବିଧାୟକ ପୃଥିରାଜ କଅଁର ଏବଂ ଲାଲା ମନୋଜ ରାୟ ମଧ୍ୟ ଆଜି ବିଜେପିରେ ଯୋଗ ଦେଇଛନ୍ତି । ସେହିଭଳି ଧର୍ମଶାଳାରୁ ସମାଜସେବୀ ସୁର ପଣ୍ଡା ଓ ଶତାଧିକ କର୍ମୀ ବିଜେପିରେ ଯୋଗ ଦେଇଥିଲେ । ବିଜେପିରେ ଓଡ଼ିଶା କ୍ଷେତ ମଜଦୁର କିଷାନ ପରିଷଦର ବିଲୟ ଘଟିଛି । ପରିଷଦର ସଭାପତି ଗଦାଧର ମିଶ୍ରଙ୍କ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୮୦ଜଣ ସଭ୍ୟ ବିଜେପିରେ ଯୋଗ ଦେଇଛନ୍ତି ।