ନବବର୍ଷରେ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ନେତା, ମନ୍ତ୍ରୀ ଓ କର୍ମୀ

34

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ନବବର୍ଷରେ ନବୀନ ନିବାସରେ ଲାଗିଛି ନେତା, ମନ୍ତ୍ରୀ ଓ କର୍ମୀଙ୍କ ଭିଡ । ହାତରେ ଫୁଲ ତୋଡା ଧରି ପହଂଚିଛନ୍ତି ଅନେକ ନେତା । ନବବର୍ଷ ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ନବୀନ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟବାସୀଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ନୂଆ ବର୍ଷରେ ଓଡିଶାର ଉନ୍ନତି ଓ ପ୍ରଗତି ପାଇଁ ଅଧିକ ଉତ୍ସାହର ସହ କାମ କରିବାକୁ ପ୍ରେରଣା ଦେବ ବୋଲି ନବୀନ କହିିଛନ୍ତି । ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ :