ମୃଦୁ ପାନୀୟରେ ସୀସା ! ପାନୀୟ ନମୂନା ପରୀକ୍ଷାରୁ ପଦାକୁ ଆସିଲା ସତ୍ୟ

82

କନକ ବ୍ୟୁରୋ : ମୃଦୁ ପାନୀୟରେ ସୀସା । ୨ଟି କମ୍ପାନୀ ଦ୍ୱାରା ପ୍ରସ୍ତୁତ ୫ପ୍ରକାରର ମୃଦୁ ପାନୀୟରେ ସୀସା ଓ ଅନ୍ୟ ଧାତବ ପଦାର୍ଥ ରହିଥିବା ତଥ୍ୟ ପଦାକୁ ଆସିଛି । ୫ଟି ଭିନ୍ନ ଭିନ୍ନ ମୃଦୁ ପାନୀୟ ନମୂନା ପରୀକ୍ଷାରୁ ସୀସା, କାଡମିୟମ ଓ କ୍ରୋମିୟମ ଭଳି ଧାତବ ପଦାର୍ଥ ରହିଥିବା ଜଣାପଡଛି ।

“ସ୍ପ୍ରାଇଟ’, “ମାଉଂଟେନ ଡିଉ’, “ସେଭେନ୍ ଅପ୍’, “ପେପସି’ “କୋକାକୋଲା’ ନମୂନାକୁ ଷ୍ଟ୍ରାଟିଫାଏଡ ସେମ୍ପଲିଂ ମେଥଡ ମାଧ୍ୟମରେ ଚୟନ କରାଯାଇଥିଲା । ସେହି ନମୂନା ଗୁଡିକୁ କୋଲକାତାର ନ୍ୟାସନାଲ ଟେଷ୍ଟ ହାଉସକୁ ପଠାଯାଇ ପରୀକ୍ଷା କରାଯାଇଥିଲା ।

ତେବେ ପରୀକ୍ଷା ପରେ ମୃଦୁ ପାନୀୟରେ ସୀସା ସହ ଅନ୍ୟ ଧାତବ ପଦାର୍ଥ ମିଶିଥିବା ତଥ୍ୟ ପଦାକୁ ଆସିଥିବା ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଫଗନ ସିଂ କୁଲସ୍ତେ ସୂଚନା ଦେଇଛନ୍ତି । ଯେଉଁ ବୋତଲରେ ଏହି ମୃଦୁ ପାନୀୟ ରହୁଛି ସେଥିରୁ ଏହି ବିଶାକ୍ତ ଧାତବ ମିଶୁଛି ।