ବାଲିଗୁଡାରେ ମାଓ ଆକ୍ରମଣରେ ସହିଦ ଏସଓଜି ଯବାନ ଲକ୍ଷ୍ମୀକାନ୍ତ ଜାନି ! ମୃତଦେହ ଗାଁଁରେ ପହଂଚିବା ପରେ ଶୋକାକୁଳ ପରିବେଶ

22

କନକ ବ୍ୟୁରୋ : କନ୍ଧମାଳ ବାଲିଗୁଡାରେ ମାଓ ଆକ୍ରମଣରେ ସହିଦ ଏସଓଜି ଯବାନ ଲକ୍ଷ୍ମୀକାନ୍ତ ଜାନିଙ୍କ ମୃତଦେହ ତାଙ୍କ ନିଜ ଗାଁ କଳହାଣ୍ଡି ଜିଲ୍ଲାର ମାଲଗାଁରେ ପହଂଚିଛି । ଆଜି ତାଙ୍କର ଶେଷକୃତ୍ୟ ହେବ । ମୃତଦେହ ଗାଁଁରେ ପହଂଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।

ରବିବାର ରାତିରେ କମ୍ବିଂ ସାରି ଫେରୁଥିବା ଏସଓଜି ଯବାନଙ୍କ ଗାଡି ଉପରକୁ ଅତର୍କିତ ଗୁଳିମାଡ କରିଥିଲେ ମାଓବାଦୀ । ଏଥିରେ ଲକ୍ଷ୍ମୀକାନ୍ତ ଜାନି ପ୍ରାଣ ହରାଇଥିବାବେଳେ ୪ ଜଣ ଗୁରୁତର ହୋଇଥିଲେ । କମ୍ବିଂ ସାରି ଯବାନମାନେ ଫେରୁଥିବା ବେଳେ ବାଲିଗୁଡା ଥାନା ଅନ୍ତର୍ଗତ କଂଜାଲୋଗୋ ଘାଟି ଉପରେ ଏହି ଆକ୍ରମଣ ହୋଇଥିଲା ।

 ଦେଖନ୍ତୁ ଏହି ଭିଡ଼ିଓ –