ନିଜ ଜିଦରେ ଅଟଳ ଆଇନଜୀବୀ । ପ୍ରଥମେ ଅଭିଯୁକ୍ତଙ୍କୁ ଗିରଫ କର ପରେ ଆନ୍ଦୋଳନରୁ ଓହରିବା ପାଇଁ କହିଲା ସଂଘ

29

କନକ ବ୍ୟୁରୋ : ଜିଦରେ ଅଟଳ ରହିଛନ୍ତି ଆଇନଜୀବୀ। ଆଇନଜୀବୀଙ୍କୁ ମାଡ଼ ଘଟଣାରେ ସଂପୃକ୍ତ ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କୁ ଗିରଫ କରା ନଯିବା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଜାରି ରଖିବାକୁ ଆଇନଜୀବୀମାନେ ନିଷ୍ପତ୍ତି ନେଇଛନ୍ତି। ଅଗଷ୍ଟ ୨୯ରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଆସନ୍ତା ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ଘୋଷଣା କରାଯାଇଛି। ସେହି ଦିନ ବୈଠକ ବସି ପରବର୍ତ୍ତୀ ପଦକ୍ଷେପ ସଂପର୍କରେ ନିଷ୍ପତ୍ତି ନିଆଯିବ। କିନ୍ତୁ ସ୍ଥିତି ଯାହା ସେଥିରେ ଦଶହରା ପରେ ଯାଇ କୋର୍ଟ ଖୋଲିବା ଆଶା କରାଯାଉଛି।

 

ହାଇକୋର୍ଟ ବାର୍ ଆସୋସିଏସନ୍ ସାଧାରଣ ପରିଷଦ ଓ ଆକ୍ସନ କମିଟି ବୈଠକରେ ଆଲୋଚନା କରାଯାଇ ଆନ୍ଦୋଳନ ଜାରି ରଖିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଛି। ବୈଠକରେ କ୍ରାଇମବ୍ରାଞ୍ଚ ତଦନ୍ତ ତଥା ଅଭିଯୁକ୍ତଙ୍କ ଗିରଫଦାରୀ ପ୍ରକ୍ରିୟାକୁ ନେଇ ଆଇନଜୀବୀମାନେ ପ୍ରଶ୍ନ ଉଠାଇଥିଲେ। ଆଇନଜୀବୀଙ୍କୁ ଆକ୍ରମଣ ଓ ଏହି ଘଟଣାରେ ତଦନ୍ତ ପ୍ରକ୍ରିୟାକୁ ନେଇ ବୈଠକରେ ସଦସ୍ୟମାନେ କ୍ଷୋଭ ପ୍ରକାଶ କରିଥିଲେ। ପୂର୍ବ ନିଷ୍ପତ୍ତି ଅନୁସାରେ କାର୍ଯ୍ୟବନ୍ଦ ଆନ୍ଦୋଳନ ବେଳେ କୌଣସି ମହକିଲଙ୍କୁ ଅଦାଲତରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ମାମଲା ପରିଚାଳନା କରିବାକୁ ଦିଆଯିବ ନାହିଁ। ଏଥି ସହିତ କୌଣସି ନୂଆ ମାମଲା ଦାୟର କରାଯିବ ନାହିଁ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି। ହାଇକୋର୍ଟ ବାର୍ ଆସୋସିଏସନ୍ ସଭାପତି ଶ୍ରୀକାନ୍ତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପସଭାପତି ବ˚ଶୀଧର ଶତପଥୀ, ସ˚ପାଦକ ସତ୍ୟବ୍ରତ ମହାନ୍ତି, ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ, ଯୁଗ୍ମସ˚ପାଦକ ର˚ଜନ ନାୟକ, ସହକାରୀ ସ˚ପାଦକ ପ୍ରଦୀପ ମହାନ୍ତି, ପାଠାଗାର ସହକାରୀ ସ˚ପାଦକ ସୁରେଶ ଜେନା, ସମସ୍ତ କାର୍ଯ୍ୟନିର୍ବାହୀ ସଦସ୍ୟ, କଟକ ବାର୍ ସ˚ପାଦକ ନରେଶ ଚନ୍ଦ୍ର ଜେନା, କ୍ରିମିନାଲ କୋର୍ଟସ୍ ବାର୍ ଆସୋସିଏସନ୍ ସଭାପତି ଅକ୍ଷୟ କୁମାର ପତି, ଉପସଭାପତି ଟଙ୍କଧର ମିଶ୍ର, ସ˚ପାଦକ ପ୍ରଦୀପ ପରିଡା, ବିଶ୍ୱର˚ଜନ ସ୍ୱାଇଁ, ରାଧାରମଣ ଦାସ ନାୟକଙ୍କ ସହିତ ଶତାଧିକ ଆଇନଜୀବୀ ଉପସ୍ଥିତ ଥିଲେ। ଆଜି ଆଇନଜୀବୀ ଆନ୍ଦୋଳନକୁ ୩୬ ଦିନ ପୂରିଥିବା ବେଳେ ହାଇକୋର୍ଟ ସମେତ ନିମ୍ନ ଅଦାଲତରେ ଅଚଳାବସ୍ଥା ଲାଗି ରହିଛି।