ଜୋର୍ ଧରୁଛି ହାଇକୋର୍ଟ ବେଂଚ ଦାବି । ବଲାଙ୍ଗିର ବାର ସାମ୍ନାରେ ଲଣ୍ଡା ହୋଇ ଦାବି ଜଣାଇଲେ ଆଇନଜୀବୀ

77

କନକ ବ୍ୟୁରୋ: ପଶ୍ଚିମ ଓଡିଶାରେ ଜୋର ଧରିଲା ହାଇକୋର୍ଟ ବେଂଚ ପ୍ରତିଷ୍ଠା ଦାବି । ବଲାଙ୍ଗୀରରେ ଆଜି ଓକିଲ ମାନେ ବାର ସାମନାରେ ଲଣ୍ଡା ହୋଇ ପ୍ରତିବାଦ କରିଛନ୍ତି । ଓକିଲଙ୍କ ଏହି ଆନ୍ଦୋଳନକୁ ବିଭିନ୍ନ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ମଧ୍ୟ ସମର୍ଥନ କରିଛନ୍ତି । ଆସନ୍ତା ୧୦ ତାରିଖ ଯାଏଁ ଓକିଲ ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ଗତକାଲିଠୁ ଜିଲ୍ଳାପାଳ, କୋର୍ଟ, କଚେରୀ କାର୍ଯ୍ୟ ବନ୍ଦ ରହିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତୁରନ୍ତ ଦାବି ପୂରଣ କରି ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା କରିବାକୁ ଦାବି କରିଛନ୍ତି ।

ବଲାଙ୍ଗୀରରେ ଜିଲ୍ଲା ଦୌରାଜଜଙ୍କୁ ଗତକାଲି କୋର୍ଟରେ ପୁରାଇ ଦେଇ ନଥିଲେ ଆଇନଜୀବୀ । କୋର୍ଟରେ ଯୋଗ ଦେବା ପାଇଁ ଦୌରାଜଜ୍ ଆସିଥିବାବେଳେ ତାଙ୍କ ଗାଡିକୁ ଅଟକାଇଥିଲେ ଆନ୍ଦୋଳନ ରତ ଆଇନଜୀବୀ । ଫଳରେ ଦୌରାଜଜଙ୍କୁ ଫେରି ଯିବାକୁ ପଡିଥିଲା । ହାଇକୋର୍ଟ ସ୍ଥାୟୀ ବେଂଚ ଦାବିରେ ସୋମବାର ଦିନ ୨୪ଘଂଟିଆ ବନ୍ଦ୍ ପାଳନ ପରେ ଗତକାଲିଠାରୁ ୧୦ଦିନିଆ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛି ବଲାଙ୍ଗୀର ଓକିଲ ସଂଘ । ଜିଲ୍ଳାପାଳ, କୋର୍ଟ, କଚେରୀ କାର୍ଯ୍ୟ ବନ୍ଦ ରଖିବାକୁ ଘୋଷଣା କରିଥିଲା ସଂଘ । କୋର୍ଟ ଆଗରେ ଧାରଣା ଦେବା ସହ ପିକେଟିଂ ଏବେ କରୁଛନ୍ତି ଆଇନଜୀବୀ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତୁରନ୍ତ ଦାବି ପୂରଣ କରି ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା କରିବାକୁ ଦାବି କରିଛନ୍ତି ।