ଆଜି ପୁଣି ଆନ୍ଦୋଳନକୁ ଓହ୍ଲାଉଛନ୍ତି ଆଇନଜୀବୀ । ଓକିଲଙ୍କ ଆନ୍ଦୋଳନ ପ୍ରତି ସରକାରଙ୍କ ଭୂମିକାକୁ ପ୍ରଶ୍ନ ଉଠାଇ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଉଛନ୍ତି ଆଇନଜୀବୀ ।

୨ ମାସରୁ ଅଧିକ ସମୟ ଧରି ଚାଲିଥିବା ଓକିଲଙ୍କ ଆନ୍ଦୋଳନ ଏକ ନୂଆ ମୋଡ଼ ନେଇଛି

80

କନକ ବ୍ୟୁରୋ: ଆଜି ରାଜ୍ୟ ବ୍ୟାପୀ ଆନ୍ଦୋଳନକୁ ଓହ୍ଲାଉଛନ୍ତି ଆଇନଜୀବୀ । ୨ ମାସରୁ ଅଧିକ ସମୟ ଧରି ଚାଲିଥିବା ଓକିଲଙ୍କ ଆନ୍ଦୋଳନ ଏକ ନୂଆ ମୋଡ଼ ନେଇଛି । ଓକିଲଙ୍କ ଆନ୍ଦୋଳନ ପ୍ରତି ସରକାରଙ୍କ ଭୂମିକାକୁ ପ୍ରଶ୍ନ ଉଠାଇ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଉଛନ୍ତି ଆଇନଜୀବୀ । ଆଜି ରାଜ୍ୟର ସବୁ ଜିଲ୍ଲାର ଓକିଲ ସଂଘ ପକ୍ଷରୁ ଏହି ଘଟଣାର ପ୍ରତିବାଦ କରିବାକୁ ନିଷ୍ପତି ହୋଇଛି ।

ଓକିଲଙ୍କ ଆନ୍ଦୋଳନକୁ ସରକାର ଜାଣିଶୁଣି ଦୁର୍ବଳ କରୁଥିବା ଅଭିଯୋଗ କରି ଏହାର ପ୍ରତିବାଦ କରିବ ସମସ୍ତ ଓକିଲ ସଂଘ । ଆଜି ଦିନ ୧୨ଟାରୁ ଏହି ପ୍ରତିବାଦ କରାଯିବ । ବାର୍ କାଉନସିଲ୍ ବିରୋଧରେ ଯାଇଥିବା ୪ ଜଣ ବରିଷ୍ଠ ଆଇନଜୀବୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତି ହୋଇଛି । ସଂଘ ବିରୋଧରେ ଯାଇଥିବାରୁ ଏଭଳି ନିଷ୍ପତି ନିଆଯାଇଛି ।

ସେପଟେ ଆଇନଜୀବୀଙ୍କୁ ପୋଲିସର ଆକ୍ରମଣ ମାମଲାର ବିଚାରବିଭାଗୀୟ ତଦନ୍ତ ହେବ ବୋଲି କହିଛନ୍ତି ହାଇକୋର୍ଟ । ୯ତାରିଖ ସୁଦ୍ଧା ତଦନ୍ତ ସାରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟ ବିଚାରପତି ଜଷ୍ଟିସ ସିଆର ଦାସ, ତଦନ୍ତ କିଭଳି ଚାଲିଛି ତାର ତଦାରଖ କରିବେ ।