କନକ ବ୍ୟୁରୋ: ମହଙ୍ଗା ପଡିଲା ନାବିଳାକାଙ୍କୁ ଅସଦାଚାରଣ । ବିଚ୍ ରାସ୍ତାରେ ମାଡ ଖାଇ ହଟହଟା ହେଲେ ଓକିଲ । ନବରଙ୍ଗପୁର ଜିଲ୍ଲା ଝରିଗାଁରେ ଆଇନଜୀବୀଙ୍କୁ ଏଭଳି ହିନସ୍ତା ହେବାକୁ ପଡିଛି । ନାବାଳିକାଙ୍କୁ କରିଥିବା ଦୁର୍ବ୍ୟବହାରର ପରିଣାମ ୬ ଦିନ ପରେ ଭୋଗିବାକୁ ପଡିଛି ।

ଝରିଗାଁରେ ନୋଟାରୀ ଭାବେ କାମକରୁଥିବା ସଂଜୟ କୁମାର ନାୟକ ଗତ ଶୁକ୍ରବାର ସଂଧ୍ୟାରେ ଜଣେ ନାବାଳିକାକୁ ଅସଦାଚାରଣ କରିଥିଲେ । ନାବାଳିକାର ବାପା ମା ଘରେ ନଥିବା ବେଳେ ସଂଜୟ ତାଙ୍କ ଘରେ ପଶି ଦୁର୍ବ୍ୟବହାର କରିଥିଲେ । ତେବେ ବାପା ମା ଫେରିବା ପରେ ଝିଅଟି ଭୟରେ କିଛି କହିନଥିବା ବେଳେ ଗତକାଲି ଘଟଣା ବାବଦରେ ତାଙ୍କ ମାଆଙ୍କୁ ଜଣାଇଥିଲା ।

ଏକଥା ଜାଣିବା ପରେ ପୀଡିତାଙ୍କ ପରିବାର ଓ କିଛି ଗ୍ରାମବାସୀ ତାତି ଉଠିଥିଲେ । ଓକିଲ ସଂଜୟକୁ ରାସ୍ତାରେ ଟଣାଓଟରା କରିବା ସହ ଗୋଡାଇ ଗୋଡାଇ ପିଟିଥିବା ଜଣାପଡିଛି । ତେବେ ଏନେଇ ସମ୍ପୃକ୍ତ ପୀଡିତାଙ୍କ ପରରିବାଲୋକଙ୍କଠାରୁ ଆରମ୍ଭ କରି ଆଇନଜୀବୀଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-