ଜଜଙ୍କୁ ଘେରିଗଲେ ଓକିଲ ! ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଂଚ୍ ସ୍ଥାପନ ଦାବି ନେଇ ଜଜ୍-ଓକିଲଙ୍କ ମଧ୍ୟରେ ଯୁକ୍ତିତର୍କ

48

କନକ ବ୍ୟୁରୋ: ସମ୍ବଲପୁରରେ ଜିଲ୍ଲା ଦୌରା ଜଜଙ୍କୁ ଘେରିଗଲେ ଓକିଲ । ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଂଚ୍ ସ୍ଥାପନ ନେଇ ଜଜ୍-ଓକିଲଙ୍କ ମଧ୍ୟରେ ଯୁକ୍ତିତର୍କ ଚାଲିଲା । ଓକିଲମାନେ ଜିଲ୍ଲା ଦୌରା ଜଜଙ୍କୁ ପ୍ରଶ୍ନ କରିଥିଲେ ଯେ ତାଙ୍କ ଦାବି ମାମଲାରେ ହାଇକୋର୍ଟ ବିଚାରପତି କଣ ନିଷ୍ପତି ନେଇଛନ୍ତି । କିନ୍ତୁ ଜିଲ୍ଲା ଦୌରା ଜଜ୍ କହିଥିଲେ ସେ ଏ ସଂପର୍କରେ ଅବଗତ କରାଇଛନ୍ତି ।

ଗତ ୫୦ ଦିନ ହେଲା ପଶ୍ଚିମଓଡିଶାରେ କୋର୍ଟ କାମ ବନ୍ଦ କରିଦେଇଛନ୍ତି ଓକିଲ । ସେମାନେ ଜଜଙ୍କୁ କହିଥିଲେ ଯେ ହାଇକୋର୍ଟ ବେଂଚ ନହେବା କାରଣରୁ ସାଧାରଣ ଲୋକେ ଅସୁବିଧା ଭୋଗ କରୁଛନ୍ତି । ତେବେ ଜିଲ୍ଲା ଦୌରା ଜଜ୍ ସେମାନଙ୍କୁ ଯଥାଶୀଘ୍ର କାମ ଆରମ୍ଭ କରିବା ପାଇଁ ପରାମର୍ଶ ଦେଇଥିଲେ । ତେବେ କୋର୍ଟ ପରିସରରରେ ଜିଲ୍ଲା ଦୌରା ଜଜଙ୍କୁ ଘେରିଯାଇ ଆଇନଜୀବୀଙ୍କ ସହ ଯୁକ୍ତିତର୍କ ଚର୍ଚ୍ଚାର ବିଷୟ ପାଲଟିଥିଲା ।