#MeToo : ଆପଣ ବି କାର୍ଯ୍ୟକ୍ଷେତ୍ରରେ ଏଭଳି ପରିସ୍ଥିତିର ସାମ୍ନା କରୁନାହାନ୍ତି ତ ? ତା ହେଲେ ଜାଣିରଖନ୍ତୁ କିଭଳି କରିବେ ଅଭିଯୋଗ ଏବଂ କ’ଣ ରହିଛି ପ୍ରକ୍ରିୟା ।

41

ବଲିଉଡ୍ ଅଭିନେତ୍ରୀ ତନୁଶ୍ରୀ ଦତ୍ତ ଅଭିନେତା ନାନା ପାଟେକରଙ୍କ ଉପରେ ଲଗାଇଥିବା ଅସଦାଚରଣ ଅଭିଯୋଗ ପରେ ବଲିଉଡରେ ‘#MeToo’ ଅଭିଯାନ ଆରମ୍ଭ ହୋଇଯାଇଛି । ଯେଉଁଥିରେ ବଡ ବଡ ତାରକାଙ୍କ ନାଁ ସାମ୍ନାକୁ ଆସୁଛି । ଏହି ଅଭିଯାନରେ ସୋସିଆଲ୍ ମିଡିଆ ମଧ୍ୟସ୍ତି ପାଲଟିଛି । ବହୁ ସମୟରୁ ଚୁପ୍ ବସି ନିଜ ମଧ୍ୟରେ ରଖି ଆସିଥିବା ଜ୍ୱାଳାମୁଖିକୁ ଏହି ଅଭିନେତ୍ରୀ ମାନେ ସୋସିଆଲ୍ ମିଡିଆରେ ଖୁଲାସା କରିଛନ୍ତି । ତେବେ ଏହା କେବଳ ବଲିଉଡରେ ସୀମିତ ନାହିଁ ଏଭଳି ଅନେକ କାର୍ଯ୍ୟରତ ମହିଳା ଅଛନ୍ତି ଯେଉଁମାନେ କାର୍ଯ୍ୟକ୍ଷେତ୍ରରେ ଏଭଳି ପରିସ୍ଥିତିର ମୁକାବିଲା କରନ୍ତି । ତେବେ ଏଭଳି ମହିଳାଙ୍କୁ ସୁରକ୍ଷା ଦେବା ପାଇଁ ସମାଜରେ ଏକ ସଂସ୍ଥା କାମ କରୁଛି । ଯାହା ବିଶାଖା ଗାଇଡଲାଇନ୍ ନାମରେ ଖୁବ୍ ପରିଚିତ । ସୁପ୍ରିମକୋର୍ଟ ତରଫରୁ ବିଶାଖା ଗାଇଡଲାଇନକୁ ଯୌନ ପ୍ରତାଡନା ପାଇଁ ଦଣ୍ଡ ଦେବାର ଅଧିକାର ଦିଆଯାଇଛି । ତେବେ ଆସନ୍ତୁ ଜାଣିବା କ’ଣ ଏହି ବିଶାଖା ଗାଇଡଲାଇନ୍ ।

କ’ଣ ଏହି ବିଶାଖା ଗାଇଡଲାଇନ୍ ?

୧. ଏହି ଗାଇଡଲାଇନ୍ ଅନୁସାରେ ଯେକୌଣସି ସଂସ୍ଥା ଯେଉଁଠାରେ ୧୦ ରୁ ଅଧିକ କର୍ମଚାରୀ କାର୍ଯ୍ୟରତ ଥିବେ ସେଠାରେ ମହିଳାଙ୍କ ଯୌନ ଉତ୍ପୀଡନ ଅଧିନିୟମ,୨୦୧୩ ଅନୁସାରେ ଅଭିଯୋଗ ସମିତି ରହିବା ଆବଶ୍ୟକ ଅଟେ ।

୨. ଏହି ସମିତିରେ ୫୦ ପ୍ରତିଶତରୁ ଅଧିକ ମହିଳା ଥିବେ । ଏହି ସମିତିର ଅଧ୍ୟକ୍ଷା ମଧ୍ୟ ଜଣେ ଅଧ୍ୟକ୍ଷା ରହିବା ଆବଶ୍ୟକ । ସମିତିରେ ଯୌନ ଶୋଷଣ ମାମଲାରେ ପୂର୍ବରୁ ସମ୍ପୃକ୍ତ ଥିବା ଜଣେ ବେସରକାରୀ ସଂସ୍ଥାର ପ୍ରତିନିଧି ମଧ୍ୟ ରହିବା ଆବଶ୍ୟକ ଅଟେ ।

୩. କାର୍ଯ୍ୟସ୍ଥଳରେ ପୁରୁଷଙ୍କ ଦ୍ୱାରା କୁହାଯାଇଥିବା ଶାରୀରିକ ଲାଭ,ମହିଳାଙ୍କ ଶରୀର କିମ୍ବା ତାଙ୍କ ରଙ୍ଗକୁ ନେଇ କରାଯାଇଥିବା ଅଶ୍ଲୀଳ ଟିପ୍ପଣୀ ,ଅଶ୍ଲୀଳ ଥଟ୍ଟା,କମେଣ୍ଟ ଏବଂ ଜାଣିଶୁଣି ମହିଳାଙ୍କ ଅଙ୍ଗକୁ ଛୁଇଁବା ଶୋଷଣର ଏକ ଅଂଶ ଅଟେ ।

୪. ଏତଦବ୍ୟତୀତ କୌଣସି ମହିଳା କର୍ମଚାରୀ ଏବଂ ଅନ୍ୟ କୌଣସି କର୍ମଚାରୀଙ୍କ ମଧ୍ୟରେ ଶାରୀରିକ ସମ୍ବନ୍ଧକୁ ନେଇ ଉଡିଥିବା ଗୁଜବ ,ଅଶ୍ଲୀଳ ସିନେମା କିମ୍ବା ଫଟୋ ପଠାଇବା ଭଳି କାମ କରିବା ମଧ୍ୟ ଶୋଷଣର ଏକ ଶ୍ରେଣୀରେ ଅନ୍ତର୍ଭୁକ୍ତ ହୋଇଥାଏ ।

୫. ମହିଳାଙ୍କ ଶାରୀରିକ ଲାଭ ବଦଳରେ ଭବିଷ୍ୟରେ ତାଙ୍କୁ ଫାଇଦା ଦେବାର ଲାଳସା ଦେବା ମଧ୍ୟ ଏକ ଶୋଷଣ । କାହାକୁ ଦେଖି ଅଶ୍ଲୀଳ ଇଙ୍ଗିତ କରିବା ଏବଂ କଥା କହିବା ମଧ୍ୟ ଏହି ଶ୍ରେଣୀରେ ଅନ୍ତର୍ଭୁକ୍ତ ।

୬. ଏଠାରେ ଯୌନ ଶୋଷଣ କହିଲେ କେବଳ ଶାରୀରିକ ଶୋଷଣ ନୁହେଁ । ଯଦି କାର୍ଯ୍ୟସ୍ଥଳରେ ମହିଳାଙ୍କ ସହ ଭେଦଭାବ ହୁଏ ତେବେ ଏହାକୁ ମଧ୍ୟ ଶୋଷଣ କୁହାଯିବ ।

୭. ଯଦି ଉକ୍ତ ମହିଳାଙ୍କୁ କାର୍ଯ୍ୟସ୍ଥଳରେ ଯୌନ ଉତ୍ପୀଡନ ମିଳୁଛି ବୋଲି ଲାଗୁଛି ତେବେ ସେ ନିଜର ଲିଖିତ ଅଭିଯୋଗ ସମିତି ପାଖରେ ପଇଠ କରିବେ । ତେବେ ଇତ୍ୟ ସମ୍ବନ୍ଧୀୟ ସବୁ ଡକ୍ୟୁମେଣ୍ଟ ସମିତିକୁ ଦେବାକୁ ପଡିବ । ଯେଭଳି – ମୋବାଇଲ୍ ମେସେଜ୍ ,ଇମେଲ୍ ଇତ୍ୟାଦି ।

୮. ଧ୍ୟାନ ରଖନ୍ତୁ ଏହି ଅଭିଯୋଗ ୩ ମାସ ମଧ୍ୟରେ ହେବା ଦରକାର । ଏହାପରେ ସମିତି ୯୦ ଦିନ ଭିତରେ ନିଜର ଅନ୍ତିମ ରିପୋର୍ଟ ପଇଠ କରିବ ।

୯. ଅଭିଯୋଗ ପରେ ଜାଞ୍ଚ୍ ସମିତି ଦୁଇପକ୍ଷଙ୍କୁ ଉକ୍ତ ବିଷୟରେ ପଚାରି ବୁଝିବ । ଏହି ଜାଞ୍ଚ୍ ସମୟରେ ଦୁହିଁଙ୍କ ପରିଚୟକୁ ଗୋପନୀୟ ରଖାଯିବ ।

୧୦. ଗାଇଡଲାଇନ୍ ମୁତାବକ କୌଣସି ବି କର୍ମଚାରୀ ସେ ଇଣ୍ଟର୍ଣ୍ଣ ହୁଅନ୍ତୁ ନା କାହିଁକି ସମିତିରେ ଅଭିଯୋଗ କରିପାରିବେ । ଏହାପରେ ଜାଞ୍ଚ୍ କାର୍ଯ୍ୟ ଆରମ୍ଭ କରାଯିବ ।