ପୁରୀ ଗସ୍ତରେ ଆସି ଗଜପତି ଦିବ୍ୟସିଂହ ଦେବଙ୍କୁ ଭେଟିଲେ ଆଇନ ମନ୍ତ୍ରୀ ପ୍ରତାପ ଜେନା !

26

କନକ ବ୍ୟୁରୋ : ପୁରୀ ଗସ୍ତରେ ଆସି ଆଇନ ମନ୍ତ୍ରୀ ଗଜପତି ଦିବ୍ୟସିଂହ ଦେବଙ୍କୁ ଭେଟିଛନ୍ତି । ଜୁନ ୩ର ତୃତୀୟ ରଥ ସମନ୍ୱୟ କମିଟି ବୈଠକ ହେବ । ଏଥିରେ ଅଧ୍ୟକ୍ଷତା କରିବେ ଆଇନ ମନ୍ତ୍ରୀ । ଏହା ପୂର୍ବରୁ ଆଇନମନ୍ତ୍ରୀ ଶ୍ରୀମନ୍ଦିର ପ୍ରଶାସନିକ ଅଫିସକୁ ଯାଇ ପ୍ରଶାସନିକ ଅଧିକାରୀଙ୍କୁ ଭେଟିଥିଲେ । ପରେ ଶ୍ରୀନଅର ଯାଇ ଗଜପତିଙ୍କ ସହ ପ୍ରାୟ ଦେଢଘଂଟା ଧରି ଆଲୋଚନା କରିଥିଲେ ।

ତେବେ ଗଜପତିଙ୍କ ସହ ଏହା ସୌଜନ୍ୟମୂଳକ ସାକ୍ଷାତ ଥିଲା ବୋଲି ମନ୍ତ୍ରୀ କହିଛନ୍ତି । ଗଜପତି କହିଛନ୍ତି, ଶ୍ରୀମନ୍ଦିର ବ୍ୟବସ୍ଥାରେ ଆଇନ ବିଭାଗ ଗରୁତ୍ୱ ଦେଲେ ମନ୍ଦିର ପରିଚାଳନା ଉତମ ହେବ । ସ୍ପର୍ଶ ପ୍ରସଙ୍ଗରୁ ନେଇ ପୂର୍ବ ନିଷ୍ପତି କାଏମ ରହିଛି । ସ୍ନାନ ପୂର୍ଣ୍ଣିମାରେ ପ୍ରୋଟକଲ ଅନୁସାରେ ଜଗତଗୁରୁ ଶ୍ରୀଜୀଉଙ୍କୁ ସ୍ନାନବେଦୀରେ ଦର୍ଶନ କରିବେ ବୋଲି କହିଛନ୍ତି ଗଜପତି ।