ଉଦ୍ଭାବନ ହେଲା ଗ୍ୟାସ ଚାଳିତ ଆଇରନ୍ ! ୫ କିଲୋ ଏଲପିଜି ଗ୍ୟାସରେ ହୋଇପାରିବ ୮ଶହରୁ ଅଧିକ ଡ୍ରେସ ଆଇରନ୍ ।

75

ତାମିଲନାଡୁ କୋୟବଟୁରର ଏକ ଲଣ୍ଡ୍ରୀ ବାଲା ଏକ ନୂଆ ଆଇରନ୍ ଆବିଷ୍କାର କରିଛନ୍ତି । ଏହି ଆଇରନ୍ କୌଣସି କୋଇଲା କିମ୍ବା କରେଣ୍ଟରେ ଚାଳିତ ହେଉନାହିଁ । ଏହି ଆଇରନ ଚାଲୁଛି ଏଲପିଜି ଗ୍ୟାସରେ । ପରିବେଶ ଉପରେ କୌଣସି କୁପ୍ରଭାବ ପକାଉନଥିବା ଏହି ଆଇରନ ଧିରେ ଧିରେ ଲୋକପ୍ରିୟ ହେବାରେ ଲାଗିଛି ।

ଲଣ୍ଡ୍ରୀ ମାଲିକ ପ୍ରଭୁଙ୍କ କହିବା ଅନୁସାରେ, ପ୍ରଥମେ ଲୋକମାନେ ଡ୍ରେସ ଆଇରନ୍ କରିବା ପାଇଁ ଚାରକୋଲ ବ୍ୟବହାର କରୁଥୁଲେ, ଯେଉଁଥିରେ ସବୁବେଳେ ବିପଦ ଲାଗି ରହୁଥିଲା । ଯଦି କୌଣସି କାରଣରୁ ଖଣ୍ଡେ ଚାରକୋଲ ଆଇରନ ହେଉଥିବା କପଡା ଉପରେ ପଡିଯାଏ ତେବେ ଦୋକାନୀ ସମେତ ଗ୍ରାହକ ମଧ୍ୟ କ୍ଷତିରେ ପଡିପାରନ୍ତି । ତେଣୁ ଏହାକୁ ଛାଡି ପରେ ବିଜୁଳି ଚାଳିତ ଆଇରନର ବ୍ୟବହାର ଆରମ୍ଭ ହେଲା, କିନ୍ତୁ ଏଥିରେ ବି ବ୍ୟବସାୟରେ ଘାଟା ହେବାରେ ଲାଗିଲା । ବିଜୁଳି ଘଣ୍ଟା ଘଣ୍ଟା ଧରି କାଟ ହେବା ଫଳରେ ଗ୍ରାହକମାନଙ୍କୁ ଠିକ ସମୟରେ ଡ୍ରେସ ଆଇରନ କରି ଦେଇ ହେଉନଥିଲା । ଯହାଫଳରେ ବ୍ୟବସାୟରେ ଭାରିମାତ୍ରାରେ ଘାଟା ଦେଖାଦେଉଥିଲା । କିନ୍ତୁ ଏବେ ଆବିଷ୍କାର ହୋଇଥିବା ଗ୍ୟାସ ଚାଳିତ ଆଇରନରେ ପୂର୍ବଭଳି କୌଣସି ଅସୁବିଧା ନଜର ଆସୁନାହିଁ । ଏଲପିଜି ଗ୍ୟାସ ଦ୍ୱାରା ଆଇରନ ଚାଲିବାରୁ ଡ୍ରେସ ଉପରେ ନା’ତ ଚାରକୋଲ ପଡିବାର ଡର ଅଛି ନାହଁ କରେଣ୍ଟ କଟିବାର ଡର ଅଛି । ଖୁବ ସହଜରେ ଡ୍ରେସକୁ ଆଇରନ କରାଯାଇ ପାରୁଛି ।

ପ୍ରଭୁ ଏହା ମଧ୍ୟ କହିଛନ୍ତି, ଚାରକୋଲ ଏବଂ କରେଣ୍ଟରେ ଚାଲୁଥିବା ଆଇରନ ଠାରୁ ଗ୍ୟାସ ଚାଳିତ ଆଇରନରେ ବେଶ କମ୍ ଟଙ୍କା ଖର୍ଚ୍ଚ ହେଉଛି । ୫ କିଲୋ ଏଲପିଜିରେ ପ୍ରାୟ ୮୦୦ରୁ ଅଧିକ ଡ୍ରେସ ଆଇରନ କରାଯାଇପାରୁଛି । ଏଥିସହିତ ଆଗ ଅପେକ୍ଷା ସମୟ ମଧ୍ୟ ବଞ୍ଚୁଛି । ଯହା ଫଳରେ ଏହି ଆଇରନ ଚାହିଦା କାଫି ବଢିବାରେ ଲାଗିଛି । ଏଲପିଜି ଗ୍ୟାସ ଆଇରନ ବ୍ୟବହାର କରିବା ଦ୍ୱାରା ପରିବେଶ ପ୍ରଦୂଷଣରୁ ରକ୍ଷା ପାଉଛି ।