ସୁସ୍ଥ ଶରୀର ପାଇଁ ହସିବା ଜରୁରୀ ! ଜାଣନ୍ତୁ, ହସିଲେ କ’ଣ କ’ଣ ଲାଭ ମିଳେ

42

ହସହସ ମୁହଁ କାହାକୁ ଭଲନଲାଗେ । ଯିଏ ସବୁବେଳେ ହସ ହସ ଥାଏ ତାଙ୍କୁ ଲୋକେ ମଧ୍ୟ ଅଧିକ ପସନ୍ଦ କରନ୍ତି । ଆପଣଙ୍କ ହସ ହସ ମୁହଁ ଅନ୍ୟ ମାନଙ୍କୁ ଖୁସି ଅନୁଭବ କରାଇଥାଏ । ହସିବା ଦ୍ୱାରା କେବଳ ଅନ୍ୟମାନେ ଖୁସି ହୁଅନ୍ତି ନାହିଁ, ହସିବାଦ୍ୱାରା ନିଜର ମଧ୍ୟ ଅନେକ ଲାଭ ହୋଇଥାଏ । ଯେପରିକି ସୁସ୍ଥ ବାୟୁ, ଏବଂ ଉତ୍ତମ ଖାଦ୍ୟ ଶରୀର ପାଇଁ ଜରୁରୀ ହୋଇଥାଏ, ସେହିଭଳି ହସ ଆପଣଙ୍କ ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ଯଦି ଆପଣ ସକାଳ ସଂନ୍ଧ୍ୟାରେ ହସିବା ଅଭ୍ୟାସ ଜାରି ରଖନ୍ତି, ତେବେ ଆପଣ କୌଣସି ରୋଗର ଶିକାର ହେବେ ନାହିଁ । ହସିବା ଦ୍ୱାରା ମାନସିକ ହେଉ କିମ୍ବା ଶାରୀରିକ ସମସ୍ୟା ହେଉ ଆପଣଙ୍କ ପାଖ ମାଡି ପାରିବ ନାହିଁ । ସ୍ୱାସ୍ଥ୍ୟବିତଙ୍କ ମୁତାବକ, ସବୁବେଳେ ହସିବାଦ୍ୱାରା ଶରୀର ସୁସ୍ଥ ରହିବା ସଙ୍ଗେ ଶରୀରକୁ ଶକ୍ତି ମଧ୍ୟ ମିଳିଥାଏ ।

 

 

 

 

 

 

 

 

 

 

 

ଆସନ୍ତୁ ଜାଣିବା ହସିବାଦ୍ୱାରା କ’ଣ ସବୁ ଫାଇଦା ରହିଛି :
୧. ଖୋଲାଖୋଲି ଭାବେ ହସିବାଦ୍ୱାରା ଆମର ଶରୀରରେ ରକ୍ତ ସଂଚାଳନ ସକ୍ରିୟ ହୁଏ । ଯେତେବେଳେ ଆମେ ହସିଥାଉ ଶରୀରରେ ଅଧିକ ମାତ୍ରାରେ ଅମ୍ଳଜାନ ପହଂଚି ଥାଏ । ଯାହା ହୃଦ ସ୍ପନ୍ଦନକୁ ନିୟନ୍ତ୍ରଣ ରଖେ ।

୨. ହସିବାଦ୍ୱାରା ଆମର ରୋଗ ପ୍ରତିରୋଧକାରୀ ଶକ୍ତି ବୃଦ୍ଧି ପାଏ । ଏହା ଯେକୌଣସି ରୋଗ ସହ ଲଢେଇ କରିବାରେ ସାହାଯ୍ୟ କରିଥାଏ ।

୩. ଯହି ଆପଣ ରାତିରେ ଭଲଭାବେ ଶୋଇପାରୁ ନାହାନ୍ତି, ତେବେ ଆଜିଠାରୁ ହସିବା ଅଭ୍ୟାସ କରନ୍ତୁ । ହସିବାଦ୍ୱାରା ଶରୀରରେ ମେଲାଟୋନିନ୍ ନାମକ ହରମୋନ ନିର୍ଗତ ହୁଏ, ଯାହା ଆମକୁ ଭଲ ନିଦ ହେବାରେ ସାହାଯ୍ୟ କରିଥାଏ ।

୪. ହସିବାଦ୍ୱାରା ହୃଦୟ ସଠିକ ଭାବେ ସଂଚାଳିତ ହୋଇଥାଏ । ଏହାସହ ନିୟମିତ ହସିବାଦ୍ୱାରା ହୃଦଘାତ ଏବଂ ହୃଦୟ ସମ୍ବନ୍ଧିତ ଅନ୍ୟ ରୋଗରୁ ମଧ୍ୟ ରକ୍ଷା କରିଥାଏ ।

୫. ଯବାନ ଏବଂ ସୁନ୍ଦର ହେବା ପାଇଁ ସମସ୍ତେ ଚାହାନ୍ତି । ଯଦି ଆପଣ ସେମାନଙ୍କ ମଧ୍ୟରୁ ଜଣେ ତେବେ ଖୋଲା ଖୋଲି ଭାବେ ହସିବା ଅଭ୍ୟାସ କରନ୍ତୁ । କାରଣ ଯେତେବେଳେ ଆମେ ହସିଥାଉ ଆମ ଚେହେରାରେ ଥିବା ମାଂସପେଶୀ ଭଲଭାବେ କାମ କରିଥାଏ । ଯାହାଦ୍ୱାରା ଚେହେରାର ଚାରିପାଖେ ଭଲଭାବେ ରକ୍ତ ସଂଚାଳିତ ହୋଇଥାଏ । ଯାହା ଆମକୁ ଯବାନ ଏବଂ ସୁନ୍ଦର ରଖିଥାଏ ।

୬. ଚିନ୍ତାକୁ ଦୂର କରିବା ଲାଗି ଯେଉଁ କାର୍ଯ୍ୟ ହସ କରିଥାଏ ତାହା କୌଣସି ଔଷଧ କରିପାରିବ ନାହିଁ । ହସିବାଦ୍ୱାରା ଆପଣ ଲୋକମାନଙ୍କର ପ୍ରିୟ ପାତ୍ର ପାଲଟିଯାଆନ୍ତି । ଟିକିଏ ହସି ଆମେ ସମସ୍ତଙ୍କ ମନ କିଣିପାରୁ । ହସିବାଦ୍ୱାରା ଚିନ୍ତାରୁ ମଧ୍ୟ ମୁକ୍ତ ମିଳେ ।

୭. ଯେତେବେଳେ ଆମେ ହସିଥାଉ ଆମ ମୁହଁରୁ ଦୃତ ଗତିରେ ପବନ ବାହାରେ, । ଏହାଦ୍ୱାରା ଶରୀରରେ ଅମ୍ଳଜାନ ଯୋଗାଣ ଉତ୍ତମ ରୂପେ ହୋଇଥାଏ । ଏହାସହ ହସିବାଦ୍ୱାରା ଆମ ଶରୀରକୁ ଶକ୍ତି ମଧ୍ୟ ମିଳିଥାଏ, ଯାହା ଆମ ଶରୀରର ଥକ୍କାପଣ ଦୂର କରିବାରେ ସହାୟକ ହୋଇଥାଏ ।