୨୦୨୨ ସୁଦ୍ଧା ଦେଶରେ ଚାଲିବ ବୁଲେଟ୍ ଟ୍ରେନ୍ ! ଆଜି ଭାରତ ଆସୁଛନ୍ତି ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେ, ଅହମ୍ମଦବାଦରେ ହେବ ଦ୍ୱିପାକ୍ଷିକ ବୈଠକ

49

କନକ ବ୍ୟୁରୋ: ସାକାର ହେବ ବୁଲେଟ ଟ୍ରେନର ସ୍ୱପ୍ନ । ଜାପାନ ବଢାଇବ ସହଯୋଗର ହାତ । ଏଥିପାଇଁ ଭାରତ ଆସୁଛନ୍ତି ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେ । ଏଥର ରାଜଧାନୀ ଦିଲ୍ଲୀ ପରିବର୍ତ୍ତେ ଗୁଜରାଟରେ ହେବ ଦ୍ୱିପାକ୍ଷିକ ବୈଠକ । ସନ୍ଧ୍ୟାରେ ଉଭୟ ପ୍ରଧାନମନ୍ତ୍ରୀ ଗୁଜରାଟ ଯିବେ । ଅହମଦାବାଦରେ ଏନେଇ ସୁରକ୍ଷା ବ୍ୟବସ୍ଥା କଡା କଡି କରାଯାଇଛି । ଏଥର ଭାରତରେ ମିଳିତ ରୋଡ୍ ଶୋ’ କରିବେ ଭାରତ ଓ ଜାପାନ ପ୍ରଧାନମନ୍ତ୍ରୀ ।

ଗୁଜରାଟ୍ ପହଁଚିବାପରେ ଜାପାନ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇବେ ପ୍ରଧାନମନ୍ତ୍ରୀ ମୋଦି । ପରେ ମୋଦି ଓ ସିଂଜୋ ଆବେ ଏକାଠି ମିଶି ବିଶାଳ ରୋଡ୍ ଶୋ’ କରିବେ । ପ୍ରାୟ ୮କିଲୋମିଟର ବିଶିଷ୍ଟ ଏହି ରୋଡ୍ ଶୋ’ ଗାନ୍ଧୀନଗର ବିମାନବନ୍ଦରରୁ ଆରମ୍ଭ ହୋଇ ସାବରମତୀ ଆଶ୍ରମରେ ଶେଷ ହେବ । ଏହି ରୋଡ୍ ଶୋ’ ପାଇଁ ସ୍ୱତନ୍ତ୍ର ସିଙ୍ଗିଙ୍ଗ୍ ଟ୍ରୁପଙ୍କୁ ନିୟୋଜିତ କରାଯାଇଛି । ୮ କିମି ବିଶିଷ୍ଟ ରୋଡ୍ ଶୋ’ରେ ପ୍ରାୟ ୨୮ଟି ସ୍ଥାନରେ ଏହି ସିଙ୍ଗିଙ୍ଗ୍ ଟ୍ରୁପ୍ ରହିବେ । ଏହି ବିଶାଳ ରାଲି ପାଇଁ ୯୦୦୦ ସୁରକ୍ଷା କର୍ମୀ ମୁତୟନ କରାଯାଇଛି । ଆଗାମୀ ୨ ଦିନ ପର୍ଯ୍ୟନ୍ତ ଏହି ସୁରକ୍ଷା କର୍ମୀ ପ୍ରଦାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କ ସୁରକ୍ଷା ପାଇଁ ମୁତୟନ ରହିବେ ।

ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କୁ ସ୍ୱାଗତ କରିବା ପାଇଁ ଗାନ୍ଧିନଗରରେ ସଜେଇ ହୋଇଛି ସାବରମତି ମଠ । ରଙ୍ଗବେରଙ୍ଗ ଆଲୋକମାଳା ମଠକୁ ସଜାଇବା ସହ ଗାନ୍ଧିନଗରରେ ରାସ୍ତାଘାଟ ସବୁ ରଙ୍ଗୀନ୍ ଲାଇଟରେ ସଜେଇ ହୋଇଛି ।

ତେବେ ଗୁଜରାଟରେ ପଂହଚିବା ପରେ ଭାରତ ଓ ଜାପାନର ପ୍ରଧାନମନ୍ତ୍ରୀ ପ୍ରସିଦ୍ଧ ସିଦ୍ଦି ସୟିଦ ମସଜିଦ ଯିବେ । ପ୍ରଥମ ଥର ପାଇଁ ଦେଶର କୌଣସି ପ୍ରଧାନମନ୍ତ୍ରୀ ମସଜିଦକୁ ଯିବେ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ପ୍ରସିଦ୍ଧ ଗାନ୍ଧି ଆଶ୍ରମକୁ ଯିବେ । ରାତିରେ ଉଭୟ ପ୍ରଧାନମନ୍ତ୍ରୀଙ୍କୁ ପାରମ୍ପରିକ ଗୁଜରାଟି ଖାଦ୍ୟ ପରଶା ଯିବ । ଏଥିରେ ରହିବ ଗୁଜରାଟର ଢୋକଲା, ମିଠା ଓ ମୁଗଡାଲି ରହିଛି । ୨୦୨୨ରେ ବୁଲେଟ ଟ୍ରେନ ପ୍ରକଳ୍ପ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ୫୦୮ କିଲୋମିଟର ମୁମ୍ବାଇ-ଅହମ୍ମଦାଦ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୧,୧୦,୦୦୦ କୋଟି ଟଙ୍କା ବ୍ୟୟ ଅଟଳଳ କରାଯାଇଛି । ଏଥିରୁ ୮୮ ହଜାର କୋଟି ଟଙ୍କା ଜାପାନ ଋଣ ଆକାରରେ ଦେବ ଓ ଋଣକୁ ୫୦ ବର୍ଷରେ ପରିଷୋଧ କରିବ ଭାରତ ।

ସୂଚନା ମୁତାବକ, ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି । ଆବେଙ୍କ ଭାରତ ଗସ୍ତ ଅବସରରେ ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍ ପ୍ରୋଜେକ୍ଟର ଉଦଘାଟନ ହେବ । ଆବେ ତାଙ୍କର ସମ୍ପୂର୍ଣ୍ଣ ୨ ଦିନ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୃହ ରାଜ୍ୟ ଗୁଜରାଟରେ ହିଁ ଅତିବାହିତ କରିବେ । ଆବେ ଅହମଦାବାଦର ପ୍ରସିଦ୍ଧ ସିଦୀ ସୟଦ ମସଜିଦ୍ ପରିଦର୍ଶନରେ ଯିବେ । ଷୋଡ଼ଶ ଶତାବ୍ଦୀର ଏହି ମସଜିଦର ସମୃଦ୍ଧ ଐତିହ୍ୟ ଏବଂ ସ୍ଥାପତ୍ୟ ସମ୍ପର୍କରେ ନିଜେ ମୋଦି ହିଁ ଆବେଙ୍କ ସମ୍ମୁଖରେ ସବୁ ବର୍ଣ୍ଣନା କରିବେ । ୫୦୮ କିମି ମୁମ୍ବାଇ-ଅହମଦାବାଦ୍ ହାଇ ସ୍ପିଡ୍ ରେଳ ପ୍ରୋଜେକ୍ଟ ଲାଗି ୧,୧୦,୦୦୦ କୋଟି ଟଙ୍କାର ଖର୍ଚ୍ଚ ଆକଳନ କରାଯାଇଛି ।

ଆସନ୍ତା କାଲି ଦୁଇ ନେତା ୫୦୮ କିମି ମୁମ୍ବାଇ-ଅହମଦାବାଦ୍ ବୁଲେଟ୍ ଟ୍ରେନ୍ ପ୍ରୋଜେକ୍ଟ୍ର ଉଦଘାଟନ କରିବେ । ଏହି ବୁଲେଟ୍ ଟ୍ରେନ୍ ଦୁଇଟି ମୁଖ୍ୟ ବାଣିଜ୍ୟ କେନ୍ଦ୍ର ମଧ୍ୟରେ ଯାତ୍ରା କରିବ। ୨୫୦ କି.ମି ତିବ୍ରତାରେ ଏହା ଯାତ୍ରା କରିବ ଏବଂ ପୂର୍ବର ୭ ଘଣ୍ଟାର ଯାତ୍ରାକୁ ମାତ୍ର ୨ ଘଣ୍ଟାରେ ସମାପ୍ତ କରିପାରିବ। ଦୁଇ ମୁଖ୍ୟ ସାବରମତି ଆଶ୍ରମରୁ ୨ କିମି ପର୍ଯ୍ୟନ୍ତ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ଏହି ପ୍ରୋଜେକ୍ଟଟି ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍ ପ୍ରୋଜେକ୍ଟ ହୋଇଥିବାବେଳେ ୨୦୨୩ ସୁଦ୍ଧା ଏହି କାର୍ଯ୍ୟ ଶେଷ ହେବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ତେବେ ଏଥିଲାଗି ଆକଳନ ହୋଇଥିବା ୧,୧୦,୦୦୦ କୋଟି ଖର୍ଚ୍ଚ ବାଦ୍ ଜାପାନ ୮୮,୦୦୦ କୋଟି ଟଙ୍କାର ଋଣ ଦେଇଛି ଏବଂ ଏହାର ସୁଦ୍ଧ ହାର ବି ୦.୧ ପ୍ରତିଶତରେ କମ୍ ରଖିଛି । ରେଳ ମନ୍ତ୍ରୀ ପିୟୁଶ ଗୋଏଲ କହିଛନ୍ତି ଯେ, ଭାରତ ୫୦ ବର୍ଷ ମଧ୍ୟରେ ଏହି ଋଣ ପରିଶୋଧ କରିଦେବ । ଦୁଇ ମୁଖ୍ୟ ମଧ୍ୟ ଗୁରୁବାର ଦିନ ପ୍ରତିରକ୍ଷା ଏବଂ ଶକ୍ତି କ୍ଷେତ୍ରରେ ଦ୍ୱିପାକ୍ଷିକ ଚୁକ୍ତି ଏବଂ ସହଯୋଗ ନେଇ ଆଲୋଚନା କରିବେ ।