ଗ୍ରୀନପିସ ସର୍ଭେ : ଦେଶର ଶହେ ପ୍ରଦୂଷିତ ସହରରୁ ଓଡିଶାର ୫ ସହର . . . ପାରାଦ୍ୱୀପ ସବୁଠାରୁ ପ୍ରଦୂଷିତ, ଦ୍ୱିତୀୟରେ କଳିଙ୍ଗନଗର, ତୃତୀୟ ସ୍ଥାନରେ ରାଉରକେଲା

512

କନକ ବ୍ୟୁରୋ : ସାମ୍ନାକୁ ଆସିଛି ପ୍ରଦୂଷଣକୁ ନେଇ ଗ୍ରୀନ ପିସର ସର୍ଭେ ରିପୋର୍ଟ । ଦେଶର ୧୦୦ ସହରକୁ ନେଇ ପ୍ରଦୂଷଣ ରିପୋର୍ଟରେ ରହିଛି ଓଡିଶାର ୫ ସହର । ଓଡିଶାର ସବୁଠାରୁ ଅଧିକ ବାୟୁ ପ୍ରଦୂଷଣ ପାରାଦୀପରେ ହୋଇଥିବା କୁହାଯାଇଛି । ଓଡିଶାର ବାୟୁ ପ୍ରଦୂଷଣ ଉଦବେଗଜନକ ସ୍ଥିତିରେ ପହଁଚିଥିବା ଏହା ଦର୍ଶାଉଛି । ବନ୍ଦରନଗରୀ ପାରାଦୀପ ରାଜ୍ୟର ସବୁଠାରୁ ଅଧିକ ପ୍ରଦୂଷିତ ସହର ମଧ୍ୟରେ ଗ୍ରୀନପିସ୍ ସର୍ଭେ ରିପୋର୍ଟରେ ରହିଛି । ତା ପଛକୁ ରହିଛି ଯାଜପୁରର କଳିଙ୍ଗନଗର । ଏହା ପରେ ଅଛି ରାଉରକେଲା, ତାଳଚେର । ପାରାଦୀପରେ ରହିଛି ବୃହତ ବନ୍ଦର ସହିତ ଏକାଧିକ ଶିଳ୍ପାନୁଷ୍ଠାନ ।

ଏହି ଶିଳ୍ପାନୁଷ୍ଠାନରୁ ନିର୍ଗତ ଧୂଆଁ  ବିଷାକ୍ତ ଗ୍ୟାସ ପ୍ରଭାବରେ ପାରାଦୀପରେ ପରିବେଶ ଅଧିକ ପ୍ରଦୂଷିତ ହେଉଛି । ସେହିପରି ବନ୍ଦର ନଗରରୀରେ ଅଧିକ ମାତ୍ରାରେ ଗାଡି ଚଳାଚଳ ମଧ୍ୟ ପ୍ରଦୂଷଣର ମାତ୍ରାକୁ ବଢାଇ ଦେଇଛି । ଗ୍ରୀନ ପିସ୍ ସର୍ଭେ ରିପୋର୍ଟରେ ପାରାଦୀପ ୭୯, କଳିଙ୍ଗନଗର ୮୪, ରାଉରକେଲା ୮୫, କଟକ ୮୮, ତାଳଚେର ରହିଛି ୯୩ ତମ ସ୍ଥାନରେ । ଏହି ତାଲିକାରେ ରାଜଧାନୀ ଭୁବନେଶ୍ୱରର ସ୍ଥାନ ହେଉଛି ୧୨୬ । ଝାରସୁଗୁଡା ୧୦୧ ଏବଂ ଅନୁଗୁଳ ଅଛି ୧୨୩ ସ୍ଥାନରେ । ଗ୍ରୀନ ପିସ୍ ସର୍ଭେ ରିପୋର୍ଟରେ ସବୁଠାରୁ ଅଧିକ ପ୍ରଦୂଷିତ ସହର ତାଲିକାରେ ଝାଡଖଣ୍ଡର ଝରିଆ ସହର ରହିଛି ।