୧୦ଟି ଯୁଗ୍ମ ସଚିବ ପଦ ପାଇଁ ୬ ହଜାର ଆବେଦନ । ଚୟନ ପ୍ରକ୍ରିୟା ନେଇ ଚିନ୍ତାରେ ସରକାର

19

ମୋଦି ସରକାରରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରିବା ନେଇ ଗତ ଜୁନ୍ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୟୁପିଏସସି ପରୀକ୍ଷା ପାସ୍ କରିନଥିବା ବ୍ୟକ୍ତି ମଧ୍ୟ ସିଧାସଳଖ କେନ୍ଦ୍ର ସରକାରଙ୍କ ମନ୍ତ୍ରଣାଳୟରେ ନିଯୁକ୍ତି ପାଇପାରିବ ବୋଲି ନିଷ୍ପତି ହୋଇଥିଲା । ଏହି ଚୟନ ପ୍ରକ୍ରିୟାରେ ସିଧାସଳଖ ଅର୍ଥାତ୍ ଲାଟେରାଲ ଏଣ୍ଟ୍ରି ମାଧ୍ୟମରେ କରାଯିବ । ୧୦ଟି ଯୁଗ୍ମ ସଚିବଙ୍କୁ ନିଯୁକ୍ତି ଏହାଦ୍ୱାରା ନିଯୁକ୍ତି ମିଳିପାରିବ । ହେଲେ ବର୍ତ୍ତମାନ ଏହାର ଚୟନ ପ୍ରକ୍ରିୟା ନେଇ ଚିନ୍ତାରେ କେନ୍ଦ୍ର ସରକାର । କାରଣ ମାତ୍ର ୧୦ଟି ଯୁଗ୍ମ ସଚିବ ପଦବୀ ପାଇଁ ଆବେଦନ କରିଛନ୍ତି ୬ ହଜାରରୁ ଉଦ୍ଧ୍ୱର୍ ପ୍ରାର୍ଥୀ । ଯହାକୁ ନେଇ ଚିନ୍ତାରେ ପଡିଛନ୍ତି ଚୟନକର୍ତ୍ତା କମିଟି ।

ସୂଚନା ମୁତାବକ କେନ୍ଦ୍ର ସରକାରଙ୍କ ଏହି ୧୦ଟି ଯୁଗ୍ମ ସଚିବ ପଦବୀ ପାଇଁ ପ୍ରାର୍ଥୀଙ୍କ ସହିତ ସାକ୍ଷାତକାର ନିଆଯିବ । ଏଥିପାଇଁ କେନ୍ଦ୍ର କ୍ୟାବିନେଟ୍ ସେକ୍ରେଟାରୀଙ୍କ ନେତୃତ୍ୱରେ ଏକ ଟିମ୍ ପ୍ରାଥମିକ ପର୍ଯ୍ୟାୟରେ ଚୟନ ହୋଇଥିବା ପ୍ରାର୍ଥୀଙ୍କ ସହିତ ସାକ୍ଷାତକାର ବା ଇଣ୍ଟରଭ୍ୟୁ ନେବେ । ତେବେ ଗତ ଜୁଲାଇ ୩୦ ଏହି ୧୦ଟି ଯୁଗ୍ମ ସଚିବ ପଦବୀ ପାଇଁ ଆବେଦନ କରିବାର ସମୟସୀମା ଶେଷ ହୋଇଛି । ଅନ୍ୟପଟେ ଉପଯୁକ୍ତ ପ୍ରାର୍ଥୀ ଚୟନ ପ୍ରକିୟା ଆରମ୍ଭ ହୋଇଛି ବୋଲି ସୂଚନା ମିଳିଛି । କିନ୍ତୁ ମୋଟ୍ ୧୦ଟି ପଦବୀ ପାଇଁ ଆବେଦନ କରିଛନ୍ତି ୬ ହଜାର ୭୭ ଜଣ ଆଶାୟୀ ପ୍ରାର୍ଥୀ । ସେହିପରି ଗୋଟିଏ ବିଭାଗ ପାଇଁ ସର୍ବାଧିକ ୧୧୦୦ ପ୍ରାର୍ଥୀ ଆବେଦନ କରିଥିବା ଜଣାପଡିଛି । ଏବଂ ସର୍ବନିମ୍ନ ୨୯୦ ଜଣ ପ୍ରାର୍ଥୀ ଗୋଟିଏ ପଦବୀ ପାଇଁ ଆବେଦନ କରିଛନ୍ତି ।

କିନ୍ତୁ କେନ୍ଦ୍ର ସରକାରଙ୍କ ଏହି ୧୦ଟି ପଦରେ କାହାକୁ ନିଯୁକ୍ତି ଦେବେ ତାକୁ ନେଇ ଚିନ୍ତାରେ ପଡିଛନ୍ତି । ସରକାରଙ୍କ ଆଗରେ ପ୍ରମୂଖ ସମସ୍ୟା ହେଲା ଯେ ଏହି ଆବେଦନକାରୀମାନେ ସିଭିଲ୍ ସର୍ଭିସ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହେବା ଆବଶ୍ୟକ ନୁହେଁ । ପ୍ରାଇଭେଟ୍ ଓ ପବ୍ଲିକ ସେକ୍ଟରରେ କାର୍ଯ୍ୟ କରୁଥିବା ପ୍ରାର୍ଥୀ ସିଧାସଳଖ ଲାଟେରାଲ ଏଣ୍ଟ୍ରି ଜରିଆରେ ନିଯୁକ୍ତି ପାଇବେ । ତେଣୁ ଆବଶ୍ୟକ ଅନୁଯାୟୀ ଆବେଦନ ହୋଇଥିବାରୁ ହରଡ ଘଣାରେ ଚୟନକର୍ତ୍ତା କମିଟି । ତେବେ ୧୦ଟି ମନ୍ତ୍ରଣାଳୟରେ ଚୟନ ପ୍ରାର୍ଥୀଙ୍କୁ ନିଯୁକ୍ତି ମିଳିବ। ଏଥିରେ ଅର୍ଥ, କୃଷି, ସଡକ ପରିବହନ, ସିପିଙ୍ଗ, ଜଙ୍ଗଲ ଓ ପରିବେଶ , ବେସାମରିକ ଓ ବାଣିଜ୍ୟ ମନ୍ତ୍ରଣାଳୟ ସାମିଲ ଅଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସରକାରରେ ବଡ଼ ପରିବର୍ତ୍ତନ ଆଣିବାକୁ ଚାହୁଁଛନ୍ତି। ଏଥିପାଇଁ ସେ ପବ୍ଲିକ ଓ ପ୍ରାଇଭେଟ ସେକ୍ଟରରେ କାର୍ୟ୍ୟରତ ପ୍ରତିଭାଙ୍କୁ  ଗୁରୁତ୍ୱ ଦେଇଛନ୍ତି।