ହାତରେ ଫୁଟି ରହିଥିଲା ଡାମ୍ଫଣ, ଯନ୍ତ୍ରଣାରେ ଛଟପଟ ହେଉଥିଲେ ରୋଗୀ ! ହେଲେ ତୁରନ୍ତ ଚିକିତ୍ସା କରିବାକୁ ମନା କରିଦେଲେ ଡାକ୍ତର ।

55

କନକ ବ୍ୟୁରୋ : ଡାକ୍ତରଖାନାରେ ୨ ଘଂଟା ଧରି ଛଟପଟ ହେଲେ ରୋଗୀ । ୨ ଘଂଟାର ଯନ୍ତ୍ରଣା ପରେ ହାତରୁ ଡାମ୍ପଣ ବାହାର କଲେ ଡାକ୍ତର । ଆଜି ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ମେଡିକାଲରେ । ରୋଗୀ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଡାକ୍ତର ଜାଣିଶୁଣି ତାଙ୍କୁ ଅବହେଳା କରିଥିବା ଅଭିଯୋଗ ହୋଇଛି ।

ବାଲେଶ୍ୱର ଅଂଚଳର ଗଣେଷ ମହାନ୍ତି ଦିନ ୧୧ଟାରୁ ଡାକ୍ତରଖାନାରେ ବସି ରହିଥିଲେ । ହାତରେ ଡାମ୍ଫଣ ପସି ରହିଥିବାରୁ କଷ୍ଟ ହେଉଥିବା ବେଳେ ଡାକ୍ତର ତାଙ୍କ କଥା ଶୁଣିବାକୁ ପ୍ରସ୍ତୁତ ନଥିଲେ ।

ଗଣମାଧ୍ୟମ ପ୍ରତିନିଧିଙ୍କ ହସ୍ତକ୍ଷେପ ପରେ ଉପସ୍ଥିତ ଥିବା ଡାକ୍ତର ରୋଗୀଙ୍କୁ ଅସ୍ତ୍ରୋପଚାର କରିବାକୁ ନେଇଥିଲେ । ଅଳ୍ପ ସମୟ ମଧ୍ୟରେ ଗଣେଷଙ୍କ ହାତରୁ ଡାମ୍ଫଣ କଢା ହେଲା । କିନ୍ତୁ ରୋଗୀର ଅବସ୍ଥାକୁ ଗୁରୁତ୍ୱ ନଦେଇ ଦିନ ୧୧ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ତାଙ୍କୁ ହଇରାଣ କରିବା ଦୁର୍ଭାଗ୍ୟ ଜନକ ବୋଲି ଅଭିଯୋଗ ହେଉଛି । ବାଲେଶ୍ୱର ମେଡିକାଲରେ ବିଭିନ୍ନ ସମୟରେ ଡାକ୍ତରଙ୍କ ଖାମଖିଆଲି ମନୋଭାବ ଯୋଗୁଁ ହନ୍ତସନ୍ତ ହେଉଥିବାର ନଜିର ରହିଛି ।