ଉତ୍ତର ଭାରତରେ ଭୂକମ୍ପ ! ରିକ୍ଟର ସ୍କେଲରେ ତୀବ୍ରତା ୫. ୮

28

କନକ ବ୍ୟୁରୋ: ଥରିଉଠିଲା ଉତ୍ତର ଭାରତ । ଦିଲ୍ଲୀ ଏନସିଆର, ଉତ୍ତରାଖଣ୍ଡ, ପଂଜାବ, ଉତ୍ତରପ୍ରଦେଶରେ ଅନୁଭୂତ ହୋଇଛି ଭୂକମ୍ପ । ତେବେ ଦେହରାଡୁନ, ପିଥୋରଗଡ, ମସୁରୀ, ଗାଜିଆବାଦ, ଚଣ୍ଡିଗଡ ଆଦି ଅଂଚଳରେ ବେଶ୍ କିଛି ସମୟ ଧରି ଭୂକମ୍ପ ଅନୁଭୂତ ହୋଇଛି । ଫଳରେ ଆତଙ୍କିତ ହୋଇ ପଡିଛନ୍ତି ସ୍ଥାନୀୟ ଲୋକେ ।

ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୮ ଥିବା ସୂଚନା ମିଳିଛି । ଭୂକମ୍ପର କେନ୍ଦ୍ରସ୍ଥଳ ଉତ୍ତରାଖଣ୍ଡ ରୂଦ୍ରପ୍ରୟାଗର ପିପିଲକୋଟିଠାରୁ ୩୩ କିଲୋମିଟର ଦୂରରେ ଥିବା ସୂଚନା ମିଳିଛି । ଭୂକମ୍ପ ନେଇ ଚିନ୍ତା ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ । ଏନଡିଆରଏଫର ୪ ଟି ଟିମ୍ ଉତ୍ତରାଖଣ୍ଡ ପଠାଇ ଦିଆଯାଇଛି ।