ବିଳମ୍ବିତ ରାତ୍ରିରେ ଭୋଜନ କରିବା ହେବ କ୍ଷତିକାରକ : ହୁଅନ୍ତୁ ସଜାଗ ନଚେତ ହୋଇପାରେ ଏହି ସବୁ ସମସ୍ୟା

2

ଖାଦ୍ୟ ଶରୀରପକ୍ଷେ ନିହାତି ଆବଶ୍ୟକ। ତେବେ ଖାଦ୍ୟ ଖାଇବାର ବି ସଠିକ୍ ସମୟ ରହିଛି। ଯଦି ସଠିକ୍ ସମୟରେ ଭୋଜନ ନକରିବା ତେବେ ଶରୀରରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେବ। ଅନେକ ସମୟରେ ଦେଖାଯାଏ ଆମେ ରାତ୍ରିଭୋଜନକୁ ବହୁ ବିଳମ୍ବରେ ଖାଇଥାଉ। ଏହା ସ୍ୱାସ୍ଥ୍ୟ ସମସ୍ୟାର ଏକ ମୁଖ୍ୟ କାରଣ ହୋଇଥାଏ। ଏହା ଦ୍ୱାରା ଶରୀରରେ ବିଭିନ୍ନ ଉପକାରୀ ରସ କ୍ଷରଣରେ ବାଧା ଉପୁଜେ । ଗ୍ଳୁକୋଜ, ଇନ୍ସୁଲିନ୍ ଓ ରକ୍ତ ଚାପ ବଢ଼େ। କେବଳ ଏତିକି ନୁହେଁ ଏହା ମଧୁମେହ ସମସ୍ୟା ସୃଷ୍ଟି କରାଏ। ଖାଦ୍ୟ ସଠିକ ଭାବେ ହଜମ ହୁଏନାହିଁ ଏବଂ ଚର୍ବି ବଢ଼େ। ଅଧିକ ଦିନ ପର୍ୟ୍ୟନ୍ତ ବିଳମ୍ବରେ ରାତ୍ରିଭୋଜନ, ମସ୍ତିଷ୍କ ଓ ହୃତପିଣ୍ଡ ପାଇଁ ବିପଜ୍ଜନକ ହୋଇଥାଏ।

ରାତ୍ରିଭୋଜନର ଦୁଇ ଘଣ୍ଟା ମଧ୍ୟରେ ଶୋଇପଡ଼ୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଏହି ଆଶଙ୍କା ଅଧିକ ଥିବା ପେନ୍ସିଲଭାନିଆ ବିଶ୍ୱବିଦ୍ୟାଳୟର ସ୍ୱାସ୍ଥ୍ୟ ଗବେଷକଙ୍କ ମତ ଦେଇଛନ୍ତି। ରାତି ଆଠଟା ମଧ୍ୟରେ ରାତ୍ରିଭୋଜନ ଖାଇନେବା ଉଚିତ। ଏହାର ଦୁଇ ଘଣ୍ଟା ପରେ ଶୋଇବାକୁ ଗଲେ ବିପଦ କମ ରହିଥାଏ। ଚାପ ବାଢ଼ାଉଥିବା ହର୍ମୋନ ଆଡ୍ରେନାଲାଇନ କ୍ଷରଣ ପ୍ରଭାବିତ ହୁଏନାହିଁ ଓ ମେଦ ଜମେନାହିଁ। କେବଳ ଏତିକି ନୁହେଁ ରାତି ଅଧରେ ବିସ୍କୁଟ ଖାଇଲେ ସ୍ମରଣ ଶକ୍ତି କମିଥାଏ ବୋଲି ଅଧ୍ୟୟନରୁ ସ୍ପଷ୍ଟ ହୋଇଛି।

Comments are closed.