ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଧୋନୀଙ୍କୁ ଅନୁରୋଧ । କହିଲେ, ଅବସର ନେବା କଥା ଚିନ୍ତା କର ନାହିଁ, ଦେଶକୁ ତୁମ ଖେଳର ଆବଶ୍ୟକତା ରହିଛି ।

655

କନକ ବ୍ୟୁରୋ: ମ୍ୟାଚ ଫିନିସର ତଥା ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ କ୍ରିକେଟର ସବୁ ଫର୍ମାଟରୁ ଅବସର ନେବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏହି ପ୍ରସଙ୍ଗରେ ଆସିଛି ଗାୟିକା ଲତା ମଙ୍ଗେସକରରଙ୍କ ପ୍ରତିକ୍ରିୟା । ଟୁଇଟ କରି ଲତା ଲେଖିଛନ୍ତି, ଦୟାକରି ଏବେ ଅବସର ନେଇ ଧୋନୀ ଭାବନ୍ତୁ ନାହିଁ । ଦେଶକୁ ଧୋନୀଙ୍କ ଖେଳର ଆବଶ୍ୟକତା ରହିଛି ।

ଅବସର ପ୍ରସଙ୍ଗରେ ଧୋନୀ ଚିନ୍ତା ନ କରନ୍ତୁ ବୋଲି ମାହିଙ୍କୁ ଅନୁରୋଧ କରିଛନ୍ତି ଲତା । ଗତକାଲିର ମ୍ୟାଚରେ ଆମେ ଜିତି ନପାରିଲେ ମଧ୍ୟ ଆମେ ହାରିନାହୁଁ ବୋଲି ଲେଖିଛନ୍ତି ଲତା । ଗୁଲଜାରଙ୍କ ଦ୍ୱାରା ଲେଖାହୋଇଥିବା ‘ଗୀତ ଆକାଶ କେ ଉସ ପାର ଭି’ ଗୀତଙ୍କୁ ଲତା ଟିମ ଇଣ୍ଡିଆ ଉଦ୍ଦେଶ୍ୟରେ ଟୁଇଟର ପେଜରେ ଲୋଡ କରିଛନ୍ତି ।

ଗତକାଲି ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚରେ ଧୋନି ଲଢୁଆ ଇନିଂସ ଖେଳିଥିଲେ ମଧ୍ୟ ଭାରତକୁ ଫାଇନାଲ ଟିକେଟ ଦେଇପାରିନଥିଲେ । ଧୋନୀଙ୍କ ଅର୍ଦ୍ଧଶତକୀୟ ପାଳି ଭାରତୀୟ ଫ୍ୟାନଙ୍କ ମଧ୍ୟରେ ବିଶ୍ୱକପ ଫାଇନାଲ ନେଇ ଆଶା ସଞ୍ଚାର କରିଥିଲେ ମଧ୍ୟ ରନ୍ ଆଉଟ ହେବା ପରେ ଏହି ସ୍ୱପ୍ନ ଧୂଳିସାତ ହୋଇଥିଲା । ଆଉ ଏହାପରେ ଧୋନୀଙ୍କ ଅବସରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।