ରାଗରେ ଲାଲ୍ ହେଲେ ସୁରସମ୍ରାଜ୍ଞୀ ଲତା ମଙ୍ଗେସକର ! କହିଲେ , ଭଲ ଗୀତର ଆହୁତି ଚଢାଇବା ଆଦୌ ଶୋଭନୀୟ ନୁହେଁ ।

256

ଅଜୟ ଦେବଗନଙ୍କ ସିନେମା ‘ଟୋଟାଲ୍ ଧମାଲ୍’ ଖୁବଶୀଘ୍ର ରିଲିଜ୍ ଅପେକ୍ଷାରେ ରହିଛି । ଏହି ସିନେମାରେ ଅନେକ କଳାକାର ଏକ ସଙ୍ଗେ ନଜର ଆସିବେ । କିଛିଦିନ ତଳେ ଏହେି ଫିଲ୍ମର ଏକ ଗୀତ ‘ମୁଙ୍ଗଡା’ କୁ ରିଲିଜ୍ କରାଗଲା । ଯାହାକୁ କିଛି ଲୋକ ପସନ୍ଦ କରିଥିବା ବେଳେ କିଛି ଲୋକଙ୍କୁ ଏହି ଗୀତଟି ଆଦୌ ପସନ୍ଦ ଆସିନାହିଁ । କିନ୍ତୁ ଏହି ଗୀତକୁ ନେଇ ଏବେ ଲତା ମଙ୍ଗେସକର୍ ନିଜ କ୍ଷୋଭ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଏବେ କେହିବି ତାଙ୍କ ଗାଇଥିବା ଗୀତକୁ ରିମେକ୍ କରିବା ପୂର୍ବରୁ ତାଙ୍କ ପରମିଶନ୍ ବି ମାଗୁନାହାନ୍ତି ।

ଆମ ସମୟରେ ପ୍ରତ୍ୟେକଟି ଗୀତକୁ ଭଲ ଭାବେ ପରଖିଲା ପରେ ଯାଇ ଏକ ଭଲ ଗୀତ ପ୍ରସ୍ତୁତ କରାଯାଉଥିଲା । ସେହି ଗୀତ ସବୁକୁ ଏଭଳି ଉପାୟରେ ଆହୁତି ଚଢାଇବା ଆଦୌ ଶୋଭନୀୟ ନୁହେଁ । ଏହି ଗୀତର ଅସଲି ମ୍ୟୁଜିକ୍ ଡାୟରେକ୍ଟର ରାଜେଶ୍ ରୋଶନଙ୍କ କହିବାନୁସାରେ ମ୍ୟୁଜିକ୍ ଇଣ୍ଡଷ୍ଟ୍ରିରେ ନୂଆ ଗୀତକୁ ପ୍ରସ୍ତୁତ କରିବାର କୌଶଳ ହରାଇ ସାରିଲାଣି ।