ଭାରତୀୟ ସେନାର ସହାୟତା ପାଇଁ ୧ କୋଟି ଟଙ୍କା ଦାନ କରିବେ ଲତା ମଙ୍ଗେସକର 

158

ପୁଲୱାମା ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବର୍ତ୍ତମାନ ପରିସ୍ଥିତି ଜଟିଳ ହୋଇପଡିଛି । ଫେବୃୟାରି ୧୪ ତାରିଖରେ ଜାମ୍ମୁ-କଶ୍ମୀରର ପୁଲଓ୍ଵାମାଠାରେ ଜୈଶ୍-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନ ପକ୍ଷରୁ ହୋଇଥିବା ଆକ୍ରମଣର ଜବାବ ଦେଇଛି ଭାରତ । ଫେବୃୟାରି ୨୬ ତାରିଖରେ ଭାରତୀୟ ବାୟୁସେନା ପାକ୍ ଅଧିକୃତ କାଶ୍ମୀରରେ ପସି ଜେ÷ଶ-ଏ-ମହମ୍ମଦ ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ କରିଛି । କେବଳ ରାଜନୈତିକ ହିଁ ନୁହେଁ ବରଂ କଳା କ୍ଷେତ୍ରରେ ମଧ୍ୟ ଉଭୟ ଦେଶ ଗୁଡିକର ସଂପର୍କ ବିଗିଡିଯାଇଛି ଏବଂ ବଲିଉଡ ପାକିସ୍ତାନୀ କଳାକାରଙ୍କ ସହ ଦୂରତା ସୃଷ୍ଟି କରିଛି । ବଲିଉଡ୍ ମଧ୍ୟ ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ପରିବାରକୁ ସହାୟତା ପାଇଁ ସାମନାକୁ ଆସିଛି । ଅମିତାଭ ବଚ୍ଚନ ଓ ଖୟାମଙ୍କ ଦ୍ୱାରା ସହିଦଙ୍କୁ ଆର୍ଥିକ ସହାୟତା କରିବା ପରେ ଏବେ ସ୍ୱର କୋକିଳ ଲତା ମଙ୍ଗେସକର ମଧ୍ୟ ଭାରତୀୟ ସେନାର ସାହାଯ୍ୟ କରିବାକୁ ଘୋଷଣା କରିଛନ୍ତି ।

ଲତା ମଙ୍ଗେସକର ୨୪ ଏପ୍ରିଲରେ ପିତା ଦିନାନାଥ ମଙ୍ଗେସକରଙ୍କ ପୂଣ୍ୟତିଥି ଅବସରରେ ଆର୍ମିର ଯବାନଙ୍କ ପାଇଁ ୧ କୋଟି ଟଙ୍କା ଦାନ କରିବେ । ପୁଲୱାମା ଆକ୍ରମଣ ପରେ ଲତା ମଙ୍ଗେସକର ବହୁତ ଦୁଃଖିତ ହୋଇଯାଇଥିଲେ । ସେ ଟ୍ୱିଟ୍ କରି ସହିଦଙ୍କୁ ଶ୍ରଦ୍ଧାଂଜଳି ଦେଇଥିଲେ । ଗତକାଲି ହୋଇଥିବା ଏହି ଏୟାର ଷ୍ଟ୍ରାଇକକୁ ଅକ୍ଷୟ କୁମାର, ଅଭିଷେକ ବଚ୍ଚନ, ଅନୁପମ ଖେର୍, ଇମ୍ରାନ ହାସମି, ସଲମାନ ଖାନ, ଅଜୟ ଦେବଗନ ଆଦି ବଲିଉଡ୍ ଷ୍ଟାର୍ ଖୁବ୍ ପ୍ରଶଂସା କରିଛନ୍ତି।