ଦେଖନ୍ତୁ ବିସ୍ଫୋରଣ ପୂର୍ବରୁ ବସ୍ ଭିତରର ସେହି ଶେଷ ଭିଡିଓ! ସହିଦ ହେବା ପୂର୍ବରୁ ସରପ୍ରାଇଜ ଦେବାକୁ ଚାହୁଁଥିଲେ ସୁଖଜିନ୍ଦର, ପତ୍ନୀ ଭିଡିଓ ଦେଖିବା ପୂର୍ବରୁ ମିଳିଲା ମୃତ୍ୟୁ ଖବର ।

1,469

ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ସିଆରପିଏଫ ଯବାନ ସହିଦ ହୋଇଥିବା ବେଳେ ଦେଶବାସୀ ନିଜ ବୀରପୁତ୍ରଙ୍କୁ ଝୁରୁଛନ୍ତି । ଆଉ ଏସବୁ ଭିତରେ ଆତଙ୍କବାଦୀ ଆକ୍ରମଣରେ ବସ ବିସ୍ଫୋରଣ ହେବା ପୂର୍ବର ଭିଡିଓ ସାମ୍ନାକୁ ଆସିଛି । ଯେଉଁ ଭିଡିଓକୁ ଆକ୍ରମଣ ପୂର୍ବରୁ ରେକର୍ଡ କରି ନିଜ ପତ୍ନୀଙ୍କ ପାଖକୁ ପଠାଇଥିଲେ ପଞ୍ଜାବର ବୀର ସହିଦ ଯବାନ ସୁଖଜିନ୍ଦର ସିଂ ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସହିଦ ଯବାନ ସୁଖଜିନ୍ଦର ବିସ୍ଫୋରଣ ପୂର୍ବରୁ ପତ୍ନୀଙ୍କୁ ଶ୍ରୀନଗର ଅଭିମୁଖେ ଯାଉଥିବା ଫୋନ ଯୋଗେ କହିଥିଲେ । କିନ୍ତୁ ପତ୍ନୀଙ୍କୁ ଏହା ବିଶ୍ୱାସ ନ ହେବାରୁ ସୁଖଜିନ୍ଦର ବସ ଭିତରେ ବସି ଯାତ୍ରା ସମୟର ଭିଡିଓ କରି ପତ୍ନୀଙ୍କ ମୋବାଇଲକୁ ଫଠାଇଥିଲେ । ତେବେ ଭିଡିଓ ପଠାଇବାର ଏକ ଘଣ୍ଟା ପରେ ଆତଙ୍କବାଦୀ ଆକ୍ରମଣରେ ବସଟି ବିସ୍ଫୋରଣ ହୋଇଥିଲା । ତେବେ ମୋବାଇଲରେ ଭିଡିଓ ଦେଖିବା ପୂର୍ବରୁ ସ୍ୱାମୀଙ୍କ ମୃତ୍ୟୁ ଖବର ପାଇଥିଲେ ପତ୍ନୀ ସରବଜିତ ।

ଆତଙ୍କବାଦୀ ଆକ୍ରମଣରେ ସ୍ୱାମୀ ସୁଖଜିନ୍ଦର ସହିଦ ହେବା ଖବର ଶୁଣିବା ପରେ ମୋବାଇଲ ଦେଖିନଥିଲେ ସରବଜିତ । ତେବେ ଶୁକ୍ରବାର ନିଜର ମୋବାଇଲ ଦେଖିବା ପରେ ସ୍ୱାମୀଙ୍କ ଶେଷ ମେସେଜ ଦେଖିଥିଲେ ସରବଜିତ୍ । ଆଉ ଏହା ଦେଖିବା ପରେ ନିଜକୁ ସମ୍ଭାଳି ପାରିନଥିଲେ ସରବଜିତ୍ । ଏହାପୂର୍ବରୁ ଦେଶ ପାଇଁ ପ୍ରାଣବଳି ଦେଇଥିବାରୁ ସହିଦ ସ୍ୱାମୀ ସୁଖଜିନ୍ଦର ପାଇଁ ସେ ଗର୍ବ କରୁଛନ୍ତି ବୋଲି କହିଥିଲେ ପତ୍ନୀ ସରବଜିତ୍ । ଏହାସହ କହିଥିଲେ, ପାକିସ୍ତାନକୁ ବୁଦ୍ଧି ଶିଖାଇବାକୁ ହେଲେ ଭାରତକୁ ଏବେ ଆର-ପାର ଲଢେଇ କରିବା ଆବଶ୍ୟକ ।