ଲୋକସଭାର ପୂର୍ବତନ ବାଚସ୍ପତି ରବି ରାୟଙ୍କ ଅନ୍ତ୍ୟେଷ୍ଟି ସମ୍ପନ୍ନ ! ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୈତୃକ ଗାଁରେ ଶେଷକୃତ୍ୟ

46

କନକ ବ୍ୟୁରୋ : ଲୋକସଭାର ପୂର୍ବତନ ବାଚସ୍ପତି ରବି ରାୟଙ୍କ ଅନ୍ତ୍ୟେଷ୍ଟି ସମ୍ପନ୍ନ ହୋଇଛି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୈତୃକ ଗାଁ ଭଅଁରଗଡରେ ଶେଷକୃତ୍ୟ ହୋଇଛି । ଭଅଁରଗଡରେ ପହଂଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ନବୀନ ପଟ୍ଟନାୟକ । ରବି ରାୟଙ୍କ ଶେଷକୃତ୍ୟରେ ଶତାଧିକ ଲୋକ ତାଙ୍କୁ ଅନ୍ତିମ ବିଦାୟ ଦେଇଛନ୍ତି । ରବି ରାୟଙ୍କୁ ଶ୍ରଦ୍ଧାଂଜଳି ଜଣାଇ ସାରା ରାଜ୍ୟରେ ଆଜି ଦିନିକିଆ ଶୋକ ପାଳନ କରାଯାଉଛି । ସମସ୍ତ ସରକାରୀ ଅଫିସରେ ପତାକାକୁ ଅର୍ଦ୍ଧନମିତ କରାଯାଇଛି ।

ଗତକାଲି ୯୧ ବର୍ଷ ବୟସରେ କଟକ ବଡ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ରବି ରାୟ । ଦୀର୍ଘ ଦିନରୁ ସେ ବାର୍ଦ୍ଧକ୍ୟଜନିତ ରୋଗରେ ଚିକିତ୍ସିତ ହେଉଥିଲେ । ଏକମାତ୍ର ଓଡିଆ ଭାବେ ଲୋକସଭା ବାଚସ୍ପତି ଥିବାର ଗୌରବ ରହିଛି ରବି ରାୟଙ୍କ ନାଁରେ । ୪ଥର ଲୋକସଭା ଓ ଥରେ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରିଥିବା ରବି ରାୟ କେନ୍ଦ୍ର ମନ୍ତ୍ରୀ ଭାବେ ବି କାର୍ଯ୍ୟ କରିଛନ୍ତି ।