ବିକ୍ରମକୁ ନେଇ ସରୁଛି ସମୟ ବଢୁଛି ଆଶଙ୍କା : ୨୪ ଘଂଟା ମଧ୍ୟରେ ଯୋଗାଯୋଗ ନହେଲେ ସବୁ ଦିନ ପାଇଁ ଚନ୍ଦ୍ର ପୃଷ୍ଠରେ ହଜିଯିବ ଲ୍ୟାଣ୍ଡର ବିକ୍ରମ

1,141

କନକ ବ୍ୟୁରୋ : ମିଶନ ଚନ୍ଦ୍ରଯାନ ୨ରେ ଚନ୍ଦ୍ର ପୃଷ୍ଠରେ ହାର୍ଡ ଲ୍ୟାଣ୍ଡିଂ କରିଥିବା ଲ୍ୟାଣ୍ଡର ବିକ୍ରମ ସହିତ ସଂପର୍କ ସ୍ଥାପନ ପାଇଁ ସମୟ ସରି ସରି ଆସୁଛି । କହିବାକୁ ଗଲେ ହାତରେ ଆଉ ମାତ୍ର ୨୪ ଘଂଟା ରହିଛି । ଗତ ୭ ତାରିଖ ମଧ୍ୟ ରାତ୍ରିରେ ଚନ୍ଦ୍ର ଯାନ ୨ର ଲ୍ୟାଣ୍ଡର ବିକ୍ରମ ସହିତ ଲ୍ୟାଣ୍ଡିଂର ଶେଷ ୧୩ ମିନିଟରେ ସଂପର୍କ ଛିନ୍ନ ହୋଇଯାଇଥିଲା । ଏହା ପରଠାରୁ ବିକ୍ରମ ସହିତ କୌଣସି ବି ସଂପର୍କ ସ୍ଥାପନ ହୋଇପାରିନି । ତେବେ ଚନ୍ଦ୍ରପୃଷ୍ଠରେ ବିକ୍ରମର ଜୀବନ କାଳ ଥିଲା ୧୪ ଦିନ । ଏହା ମଧ୍ୟରେ ଥିବା ବ୍ୟାଟେରୀ ମାତ୍ର ୧୪ ଦିନ ଯାଏଁ ଜୀବିତ ରହିବ । ତେଣୁ ଶେଷ ମୁହୂର୍ତରେ ସଂପର୍କ ବିଛିନ୍ନ ହୋଇଥିବା ଲ୍ୟାଣ୍ଡର ସହିତ ପୁଣି ଥରେ ସଂପର୍କ ସ୍ଥାପନ କରିବାକୁ ହେଲେ ଆସନ୍ତାକାଲି ହେଉଛି ଶେଷ ଦିନ ।

ଆଉ ମାତ୍ର ୨୪ ଘଂଟା ମଧ୍ୟରେ ଯଦି ଲ୍ୟାଣ୍ଡର ସହିତ ସଂପର୍କ ସ୍ଥାପନ ହୋଇନପାରୁଛି , ତେବେ ଚନ୍ଦ୍ରର ଦକ୍ଷିଣ ମେରୁରେ ହାର୍ଡ ଲ୍ୟାଣ୍ଡିଂ କରିଥିବା ବିକ୍ରମ ସହିତ ଆଉ କେବେ ବି ସଂପର୍କ ସ୍ଥାପନ କରାଯାଇପାରିବ ନାହିଁ । ଏହାର ମୁଖ୍ୟ କାରଣ ହେଉଛି ଚନ୍ଦ୍ରର ଦକ୍ଷିଣ ମେରୁରେ ଖାସ୍ କରି ସୂର୍ଯ୍ୟ ଆଲୋକ ପଡିପାରିନଥାଏ । ତେଣୁ ଲ୍ୟାଣ୍ଡର ବିକ୍ରମରେ ଥିବା ସୌର ପ୍ୟାନେଲ ମଧ୍ୟ ଚାର୍ଜିତ ହୋଇପାରିବନି । ସେପଟେ ଇସ୍ରୋ ପରି ନାସା ମଧ୍ୟ ଲ୍ୟାଣ୍ଡର ବିକ୍ରମ ସହିତ ସଂପର୍କ ସ୍ଥାପନ କରିବାକୁ ଆଗର ୁହ୍ୟାଲୋ ମେସେଜ୍ ପଠାଇ ସାରିଛି । କେବଳ ଅପେକ୍ଷା କରିଛି ଉତରକୁ ।