ବ୍ୟାଙ୍କରେ ଅଚଳ ନୋଟ୍ ଜମାକରିବାର ଆଜି ଶେଷ ଦିନ : ଆସନ୍ତାକାଲିଠାରୁ ହେବ କାଗଜ ଟୁକୁଡା

22

କନକ ବ୍ୟୁରୋ : ଅଚଳ ନୋଟ୍ ବ୍ୟାଙ୍କରେ ଜମା କରିବାର ଆଜି ଶେଷ ଦିନ । ଏହାପରେ ବ୍ୟାଙ୍କରେ ଆଉ ପୁରୁଣା ୫ଶହ ଓ ହଜାରେ ଟଙ୍କିଆ ନୋଟ୍ ଜମା କରିହେବନାହିଁ । ତେବେ ମାର୍ଚ୍ଚ ୩୧ସୁଦ୍ଧା ରିଜର୍ଭ ବ୍ୟାଙ୍କ ଶାଖାରେ ପୁରୁଣା ୫ଶହ ଓ ହଜାରେ ଟଙ୍କିଆ ନୋଟ୍ ଜମା କରିହେବ ।

ଏଥିପାଇଁ ଅନେକ ସର୍ତ ରହିଛି । ଏହି ସର୍ତପୂରଣ କରି ଅଚଳ ନୋଟ୍ ଜମା କରିହେବ । ପୁରୁଣା ନୋଟ୍ ଜମା କରିବାକୁ ହେଲେ ନିର୍ଦ୍ଦାରିତ ସମୟ ସୀମା ଅର୍ଥାତ ଡିସେମ୍ବର ୩୦ତାରିଖ ମଧ୍ୟରେ ବ୍ୟାଙ୍କରେ କାହିଁକି ଅଚଳ ନୋଟ୍ ଜମା କରିନାହାନ୍ତି ସେ ନେଇ ଲିଖିତ ଭାବରେ ଆରବିଆଇକୁ ଜଣାଇବାକୁ ପଡିବ  ।