ପଂଚଦଶ ବିଧାନସଭାର ବିଦାୟ ବେଳା । ବିଧାୟକଙ୍କ ସହ ଫଟୋସୁଟ୍ କଲେ ମୁଖ୍ୟମନ୍ତ୍ରୀ । ଶେଷ ଅଧିବେଶନର ଐତିହାସିକ ମୁହୂର୍ତ୍ତକୁ ତୋଳି ଧରିଲା କ୍ୟାମେରା

ଗୋଟିଏ ଫ୍ରେମରେ ବିରୋଧୀ, ଶାସକ ଦଳର ବିଧାୟକ

410

କନକ ବ୍ୟୁରୋ: ଆଜି ପଂଚଦଶ ବିଧାନସଭାର ଶେଷ ଦିନ । ଆଉ ଶେଷ ଦିନରେ ଗୋଟିଏ ଫ୍ରେମରେ ଦେଖିବାକୁ ମିଳିଥିଲା ଉଭୟ ଶାସକ ଓ ବିରୋଧୀ ଦଳର ବିଧାୟକମାନଙ୍କୁ । ଗୃହ ଭିତରେ ଥିବା ମତଭେଦକୁ ପଛରେ ପକାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଫଟୋ ପୋଜ୍ ଦେଇଥିଲେ ବିଧାୟକ । ଚଳିତ ବିଧାନସଭାର ଏହା ଥିଲା ଏକ ସ୍ମରଣୀୟ ମୁହୂର୍ତ ।

ଫଟୋ ସେସନ୍ ପାଇଁ ବିଧାୟକମାନେ ପ୍ରସ୍ତୁତ ହେବା ପରେ ମୁଖ୍ୟମନ୍ତ୍ରୀ ଆସି ତାଙ୍କ ଆସନରେ ବସିଥିଲେ । ଏହା ପରେ ଆସିଥିଲା ଐତିହାସିକ ମୁହୁର୍ତ । ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଥମ ଧାଡିରେ ଦେଖିବାକୁ ମିଳିଥିଲା ବାଚସ୍ପତି, ଉପବାଚସ୍ପତି, ବିରୋଧୀ ଦଳ ନେତା, ସଂସଦୀୟ ବ୍ୟାପାର ମନ୍ତ୍ରୀ, ଉଭୟ ଶାସକ ଓ ବିରୋଧୀ ଦଳର ମୁଖ୍ୟ ସଚେତକ ଓ ମନ୍ତ୍ରୀମଣ୍ଡଳର ବରିଷ୍ଠ ସଦସ୍ୟଙ୍କୁ । ସମସ୍ତ ବିଧାୟକଙ୍କ ପାଇଁ ଏହି ଫଟୋ ସେସନ୍ ଥିଲା ବେଶ୍ ସ୍ମରଣୀୟ ।

ଏହି ଐତିହାସିକ ମୁହୂର୍ତକୁ ତୋଳି ଧରିଥିଲା କ୍ୟାମେରା । ଆଗକୁ ରାଜ୍ୟ ବିଧାନସଭା ନିର୍ବାଚନ । ପୁଣି ବିଧାନସଭାକୁ କିଛି ନୂଆ ସଦସ୍ୟ ଆସିପାରନ୍ତି । ତେବେ ତା ପୂର୍ବରୁ ଏକାଠି ଫୋଟ ଉଠାଇଛନ୍ତି ବିଧାୟକ ।