ଆଜି ଶେଷ ହେଉଛି କୋଣାର୍କ ମହୋତ୍ସବ ! ଚତୃର୍ଥ ସଂନ୍ଧ୍ୟାରେ ଜମିଲା ଶାସ୍ତ୍ରୀୟ ନୃତ୍ୟର ଆସର

27

କନକ ବ୍ୟୁରୋ : ଆଜି ଶେଷ ହେଉଛି କୋଣାର୍କ ମହୋତ୍ସବ । ଗତ ୪ଦିନ ଧରି ଚାଲିଥିବା କୋଣାର୍କ ଉତ୍ସବ ଆଜି ହେବ ଉଦଯାପନ । ଗତକାଲି କୋଣାର୍କ ମହୋତ୍ସବରେ ଜମିଥିଲା ଶାସ୍ତ୍ରୀୟ ନୃତ୍ୟର ଆସର । ଓଡିଶୀ ଓ ମଣିପୁରୀ ନୃତ୍ୟ ଛନ୍ଦରେ ଝଂକୃତ ହୋଇଥିଲା କୋଣାର୍କର ମୁକ୍ତାକାଶ ରଙ୍ଗମଂଚ । କୋଣାର୍କ ଉତ୍ସବର ଚତୁର୍ଥ ସଂଧ୍ୟାରେ ଶାସ୍ତ୍ରୀୟ ନୃତ୍ୟରେ ବିଭୋର ହୋଇଥିଲେ ଦର୍ଶକ । ପ୍ରଥମ ପର୍ଯ୍ୟାୟରେ ମଣିପୁରୀ ନର୍ତନାଳୟ, କୋଲକାତାର ଶିଳ୍ପୀ ବିମ୍ବାବତୀ ଦେବୀ ନୃତ୍ୟ ପରିବେଷଣ କରିଥିଲେ ।

ପରେ ପରେ ନୃତ୍ୟ ବସନ୍ତକୁ ପରିବେଷଣ କରିଥିଲେ ନୃତ୍ୟଶିଳ୍ପୀ । ଦ୍ୱିତୀୟ ଚରଣରେ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ ମୁମ୍ବାଇରେ ରହୁଥିବା ଦକ୍ଷ ମଶ୍ରୁୱାଲା । ଚତୁର୍ଥ ସନ୍ଧ୍ୟାରେ ପ୍ରଦୀପ ପ୍ରଜ୍ୱଳନ କରିଥିଲେ ଉକ୍ରଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କମଳାକାନ୍ତ ମିଶ୍ର । ଅତିଥି ଭାବେ ମଂଚରେ ଥିଲେ ନୃତ୍ୟ ସମୀକ୍ଷକ ଲୀଲା ଭେଙ୍କରମଣ, ତପତି ଚୌଧୁରୀ, ମଂଜରୀ ସିହ୍ନା, ପର୍ଯ୍ୟଟନ ନିର୍ଦ୍ଦେଶକ ଡକ୍ଟର ନିତିନ ଭାନୁଦାସ ଜାୱାଲେ ଓ ଉପନିର୍ଦ୍ଦେଶକ ଉତ୍ପଳ କୁମାର ପତି ।