ଫାଷ୍ଟ ଫେଜ୍ ଲାଷ୍ଟ୍ ଶୋ ! ଗାଁ ଗାଁରେ ପ୍ରଚାର କଲେ ନେତା ଓ ଅଭିନେତା

56

କନକ ବ୍ୟୁରୋ : ପ୍ରଥମ ପର୍ଯାୟ ମତଦାନ ପୂର୍ବରୁ ପ୍ରାଣମୁର୍ଚ୍ଛା ଉଦ୍ୟମ । ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଗାଁ ଦାଣ୍ଡରେ ଓଲିଉଡ୍ ଷ୍ଟାର ଏବଂ ସୁପରଷ୍ଟାରଙ୍କ ପ୍ରଚାର । ରିଲ ଲାଇଭର ଝଲକ୍ ରିୟଲ ଲାଇଭରେ । ଫିଲ୍ମ ଷ୍ଟାଇଲରେ ନିର୍ବାଚନ ପ୍ରଚାର । ଗାଁ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଅଭିନେତାଙ୍କ ଜୋରଦାର ଉଦ୍ୟମ ।

ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ନୟାଗଡ଼ରେ ପ୍ରଚାର କରିଛନ୍ତି ଓଲିଉଡ ଷ୍ଟାର ସିଦ୍ଧାନ୍ତ ମହାପାତ୍ର । ସେହିପରି ଲୁଲୁଙ୍କ ଗଡ଼ରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ପ୍ରୟାସ କରିଛନ୍ତି କୁନା ତ୍ରିପାଠୀ ।

ସେପଟେ ଟିଟିଲାଗଡ଼ରେ ଦେଖିବାକୁ ମିଳିଛି ଅରିନ୍ଦମ ରାୟଙ୍କ ପ୍ରଚାର । ହାତ ହଲାଇ ଭୋଟରଙ୍କୁ ଆକର୍ଷିତ କରିବା ସହ ଏକ ବିରାଟ୍ ରୋଡ୍ ସୋ’ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବାର୍ତା ଏବଂ ପ୍ରତିଶ୍ରୁତିର ପାହାଡ ଭିତରେ ଖୋଲାନ୍, ଉଦେପୁର, ସିହିନି ଏବଂ ପରାସରା ଅଂଚଳରେ ବିଜେଡି ପାଇଁ ପ୍ରଚାର କରିଛନ୍ତି । ଚିଲିକା ନିର୍ବାଚନ ମଣ୍ଡଳୀର ବାଣପୁର ବ୍ଲକରେ ଦେଖିବାକୁ ମିଳିଛି ଅଭିନେତା ସାତ୍ୱକି ମିଶ୍ରଙ୍କ କ୍ୟାମ୍ପେନିଂ ।

ପଂଚାୟତ ନିର୍ବାଚନର ଏହି ପ୍ରଚାର ଦୌଡ଼ରେ ବିଜେପି ମଧ୍ୟ ପଛରେ ପଡ଼ିନି । ବିଜେପି ପାଇଁ ରାଜଧାନୀ ଉପକଣ୍ଠରେ ପ୍ରଚାର କରିଛନ୍ତି ଓଲିଉଡ୍ ତାରକା ବିବି ମିଶ୍ର ଏବଂ କୋଏଲ ବାନାର୍ଜୀ । ଏହି ଦୁଇ ତାରକା ଶିଶୁପାଳଗଡ଼, ଲିଙ୍ଗିପୁର, ଧଉଳୀ ଏବଂ ଟିକରପଡ଼ାରେ ଘର ଘର ବୁଲି ବିଜେପି ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ।

ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ଶେଷ ଦିନରେ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଉଭୟ ବିଜେଡି ଓ ବିଜେପିର ଷ୍ଟାର ପ୍ରଚାରକ କରିଛନ୍ତି ଜୋରଦାର ଉଦ୍ୟମ । ଆଉ ଏସବୁ ଭିତରେ ବଡ ବଡ ଫିଲ୍ମ ଷ୍ଟାରଙ୍କ ପ୍ରଚାର ଗାଁ ରାଜନୀତିକୁ ଏବେ ସରଗରମ କରିଛି ।