ନିଜ ଦରମାକୁ ନିଜେ ବଢାଇଲେ ବିଧାୟକ ! ବିନା ବିରୋଧରେ ବିଧାନସଭାରେ ଗୃହୀତ ହେଲା ବିଲ୍

25

କନକ ବ୍ୟୁରୋ : ନିଜ ଦରମାକୁ ନିଜେ ବଢାଇଲେ ବିଧାୟକ । ପ୍ରବଳ ହଟ୍ଟଗୋଳ ଓ ପରସ୍ପର ଉପରେ କାଦୁଅ ଫିଙ୍ଗାଫୋପଡା ଭିତରେ ବିଧାନସଭାର ମୌସୁମୀ ଅଧିବେସନ ବେଶ ସରଗରମ ରହିଥିବାବେଳେ, ବିଧାୟକଙ୍କ ଦରମା ବୃଦ୍ଧି ନିଷ୍ପତିକୁ ସମର୍ଥନ କରିଛନ୍ତି ସବୁ ଦଳର ବିଧାୟକ । ବିନା ଦ୍ୱିଧାରେ ପାରିତ ହୋଇଛି ଏ ସଂପର୍କିତ ବିଲ । ଏଥିସହ ଶେଷ ହୋଇଛି ବିଧାନସଭାର ଚଳିତ ଅଧିବେଶନ । ଗତ ୭ ତାରିଖରୁ ଆରମ୍ଭ ହୋଇଥିବା ବିଧାନସଭା ମୌସୁମୀ ଅଧିବେସନରେ ମୋଟ ୮ଟି କାର୍ଯ୍ୟଦିବସ ରହିଥିଲା । କେତେବେଳ ବିରେୀଧୀ ସଦସ୍ୟଙ୍କ ହଟ୍ଟଗୋଳ ତ ପୁଣି କେତେବେଳେ ଶାସକ ଦଳର କେନ୍ଦ୍ର ବିରୋଧୀ ନାରା ଭିତରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଚର୍ଚ୍ଚା ହୋଇପାରି ନାହିଁ । ତେବେ ଏହି ହଟ୍ଟଗୋଳ ଓ ଅଚଳାବସ୍ଥା ଭିତରେ ୧୪ଟି ସରକାରୀ ବିଲ ପାରିତ କରାଇବାକୁ ସମର୍ଥ ହୋଇଛନ୍ତି ଶାସକ ଦଳ ।