ଲାଞ୍ଜିଗଡ଼ର ‘ଗଡ଼’ ହାତେଇବ କିଏ ? ଭୋଟରଙ୍କ ହାତରେ ନେତାଙ୍କ ଭାଗ୍ୟ । କାହାକୁ ବାଛିବେ ଜନତା ଜନାର୍ଦ୍ଦନ

111

କନକ ବ୍ୟୁରୋ: ଲାଞ୍ଜିଗଡ଼, କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଲାଞ୍ଜିଗଡ଼ ବ୍ଳକ, ଥୁଆମୂଳ ରାମପୁର ବ୍ଳକ ଓ ଭବାନୀପାଟଣା ବ୍ଳକର କିଛି ଅଂଶ । ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ବଳଭଦ୍ର ମାଝୀ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ପ୍ରଦୀପ ଦିଶାରୀଙ୍କ ଠାରୁ ୨୪୮୯୫ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି। ସେହିଭଳି ଗତ ୨୦୦୯ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଶିବାଜୀ ମାଝି, ବିଜୁ ଜନତା ଦଳ ପ୍ରାର୍ଥୀ ବଳଭଦ୍ର ମାଝିଙ୍କଠାରୁ ୩,୦୩୯ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।

ଚଳିତ ନିର୍ବାଚନରେ ଲାଞ୍ଜିଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳିରେ ବିଜେଡିରୁ ଅଛନ୍ତି ପ୍ରଦୀପ ଦିଶାରୀ, ଯିଏକି ଗତଥର କଂଗ୍ରେସରୁ ଲଢି ବିଜେଡି ପ୍ରାର୍ଥୀଙ୍କଠାରୁ ପ୍ରାୟ ୨୫ ହଜାର ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲେ । ଆଉ ୨୦୧୯ ଟିକେଟ ଘୋଷଣା ପୂର୍ବରୁ ବିଜେଡିରେ ସାମିଲ ହୋଇଥିଲେ । ସେହିପରି କଂଗ୍ରେସରୁ ଟିକେଟ ପାଇଛନ୍ତି ଶିବାଜୀ ମାଝି , ଯିଏକି ୨୦୦୯ରେ ବିଧାୟକ ଥିଲେ ଏବଂ ତାଙ୍କର ୨୦୧୪ରେ ଟିକେଟ୍ କଟିବା ପରେ ୨୦୧୯ ପାଇଁ ଟିକେଟ୍ ମିଳିଛି । ଅନ୍ୟପଟେ ବିଜେପିରୁ ରମେଶ ମାଝି ଲାଂଜିଗଡରୁ ଲଢୁଛନ୍ତି , ଯିଏକି ଜଣେ ପୂର୍ବତନ ସରପଂଚ ଏବଂ ୨୦୧୯ ପାଇଁ ବିଜେପିର ନୂଆ ମୁହଁ ଆଉ ସେ ଚଳିତ ନିର୍ବାଚନରେ ପ୍ରଥମ ଥର ପାଇଁ ବିଧାନସଭା ଆସନରୁ ଲଢୁଛନ୍ତି ।

୨୦୧୪ର ଲଢ଼େଇ

– ମୈଦାନରେ ଥିଲେ ମୋଟ ୧୧ ପ୍ରାର୍ଥୀ- ମୋଟ୍ ଭୋଟର ସଂଖ୍ୟା- ୧ ଲକ୍ଷ ୯୩ ହଜାର ୯୭୫
– ମତ ଦେଇଥିଲେ- ୧ ଲକ୍ଷ ୪୯ ହଜାର ୫୯୧
– ଭୋଟଦାନ ହାର- ୭୭.୧୨%

୨୦୧୪ର ଫଳାଫଳ

ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ବଳଭଦ୍ର ମାଝୀ ବିଜେଡି ୬୫,୦୩୩ ୪୩.୪୭% ବିଜୟୀ
ବିଜୟ ଦିଶାରୀ ବିଜେପି ୨୬,୭୪୪ ୧୭.୮୮% ପରାସ୍ତ
ପ୍ରଦୀପ କୁମାର ଦିଶାରୀ କଂଗ୍ରେସ ୪୦,୧୩୮ ୨୬.୮୩% ପରାସ୍ତ

ବିଜେଡିର ପ୍ରଦର୍ଶନ(୨୦୧୪)

ପ୍ରାର୍ଥୀ-ବଳଭଦ୍ର ମାଝୀ
ଦଳ-ବିଜେଡି
ଭୋଟ-୬୫,୦୩୩
ପ୍ରତିଶତ-୪୩.୪୭%
ଫଳାଫଳ- ବିଜୟୀ

ବିଜେପିର ପ୍ରଦର୍ଶନ(୨୦୧୪)

ପ୍ରାର୍ଥୀ-ବିଜୟ ଦିଶାରୀ
ଦଳ- ବିଜେପି
ଭୋଟ-୨୬,୭୪୪
ପ୍ରତିଶତ-୧୭.୮୮%
ଫଳାଫଳ-ପରାସ୍ତ

କଂଗ୍ରେସର ପ୍ରଦର୍ଶନ(୨୦୧୪)

ପ୍ରାର୍ଥୀ-ପ୍ରଦୀପ କୁମାର ଦିଶାରୀ
ଦଳ-କଂଗ୍ରେସ
ଭୋଟ-୪୦,୧୩୮
ପ୍ରତିଶତ-୨୬.୮୩%
ଫଳାଫଳ-ପରାସ୍ତ

କିଏ ମାରିଥିଲେ ବାଜି?

– ବିଜେଡିର ବଳଭଦ୍ର ମାଝୀ ବିଜୟୀ ହୋଇଥିଲେ
– ୬୫ ହଜାର ୩୩ ଭୋଟ୍ ପାଇଥିଲେ ବିଜେଡି ପ୍ରାର୍ଥୀ
– କଂଗ୍ରେସ ପ୍ରାର୍ଥୀ ପ୍ରଦୀପ କୁମାର ଦିଶାରୀଙ୍କୁ ହରାଇଥିଲେ
– ୨୪ ହଜାର ୮୯୫ ଭୋଟରେ ଜିତିଥିଲେ ବିଜେଡି ପ୍ରାର୍ଥୀ
– ୯ ଜଣ ପ୍ରାର୍ଥୀ ଅମାନତ ହରାଇଥିଲେ

୨୦୦୯ର ଲଢ଼େଇ

– ମୈଦାନରେ ଥିଲେ ମୋଟ ୮ ପ୍ରାର୍ଥୀ
– ମୋଟ୍ ଭୋଟର ସଂଖ୍ୟା- ୧ ଲକ୍ଷ ୯୪ହଜାର ୮୪୭
– ମତ ଦେଇଥିଲେ- ୧ ଲକ୍ଷ ୩୩ ହଜାର ୮୫୭
– ଭୋଟଦାନ ହାର-

୨୦୦୯ର ଫଳାଫଳ

ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ବଳଭଦ୍ର ମାଝୀ ବିଜେଡି ୪୩,୦୯୯ ୩୨.୨୦% ପରାସ୍ତ
ବିଜୟ ଦିଶାରୀ ବିଜେପି ୨୮,୪୮୨ ୨୧.୨୮% ପରାସ୍ତ
ଶିବାଜୀ ମାଝୀ କଂଗ୍ରେସ ୪୬,୧୩୮ ୩୪.୪୭% ବିଜୟ

ବିଜେଡିର ପ୍ରଦର୍ଶନ(୨୦୦୯)

ପ୍ରାର୍ଥୀ-ବଳଭଦ୍ର ମାଝୀ
ଦଳ-ବିଜେଡି
ଭୋଟ-୪୩,୦୯୯
ପ୍ରତିଶତ-୩୨.୨୦%
ଫଳାଫଳ-ପରାସ୍ତ

ବିଜେପିର ପ୍ରଦର୍ଶନ(୨୦୦୯)

ପ୍ରାର୍ଥୀ-ବିଜୟ ଦିଶାରୀ
ଦଳ-ବିଜେପି
ଭୋଟ-୨୮,୪୮୨
ପ୍ରତିଶତ-୨୧.୨୮%
ଫଳାଫଳ-ପରାସ୍ତ

କଂଗ୍ରେସର ପ୍ରଦର୍ଶନ(୨୦୦୯)

ପ୍ରାର୍ଥୀ-ଶିବାଜୀ ମାଝୀ
ଦଳ-କଂଗ୍ରେସ
ଭୋଟ-୪୬,୧୩୮
ପ୍ରତିଶତ-୩୪.୪୭%
ଫଳାଫଳ- ବିଜୟୀ

କିଏ ମାରିଥିଲେ ବାଜି?

– କଂଗ୍ରେସ ପ୍ରାର୍ଥୀ ଶିବାଜୀ ମାଝୀ ବିଜୟୀ ହୋଇଥିଲେ
– ୪୬ହଜାର ୧୩୮ ଭୋଟ୍ ପାଇଥିଲେ କଂଗ୍ରେସ ପ୍ରାର୍ଥୀ
– ବିଜେଡି ପ୍ରାର୍ଥୀ ବଳଭଦ୍ର ମାଝୀଙ୍କୁ ପରାସ୍ତ କରିଥିଲେ
– ୩ ହଜାର ୩୯ ଭୋଟ୍ ବ୍ୟବଧାନରେ ଜିତିଥିଲେ
– ୫ ଜଣ ପ୍ରାର୍ଥୀ ଅମାନତ ହରାଇଥିଲେ

୨୦୦୯ ବନାମ ୨୦୧୪

– ୨୦୧୪ରେ କଂଗ୍ରେସ ପ୍ରାର୍ଥୀ ବଦଳାଇଥିଲା
– ଶିବାଜୀ ମାଝୀଙ୍କ ସ୍ଥାନରେ ପ୍ରଦୀପ କୁମାର ଦିଶାରୀଙ୍କୁ ପ୍ରାର୍ଥୀ କରିଥିଲା କଂଗ୍ରେସ
– ପ୍ରାର୍ଥୀ ବଦଳାଇ ପ୍ରାୟ ୨୫ ହଜାର ଭୋଟରେ ହାରିଥିଲା କଂଗ୍ରେସ
– ବିଜେଡି ଓ ବିଜେପି ପ୍ରାର୍ଥୀ ବଦଳାଇନଥିଲେ
– ୨୦୦୯ରେ ୩ହଜାର ଭୋଟରେ ହାରିଥିବା ବିଜେଡି ପ୍ରାର୍ଥୀ ବଳଭଦ୍ର ମାଝି ୨୦୧୪ରେ , ପ୍ରାୟ ୨୫ ହଜାର ଭୋଟରେ ଜିତିଥିଲେ

୨୦୧୯ର ଲଢେଇ

ବିଜେଡି: ପ୍ରଦୀପ ଦିଶାରୀ
କଂଗ୍ରେସ: ଶିବାଜୀ ମାଝୀ
ବିଜେପି: ରମେଶ ମାଝୀ

୨୦୧୯–ବିଜେଡି: ପ୍ରଦୀପ ଦିଶାରୀ

– ଗତଥର କଂଗ୍ରେସରୁ ଲଢି ହାରିଥିଲେ
– ପ୍ରାୟ ୨୫ ହଜାର ଭୋଟରେ ବିଜେଡି ପ୍ରାର୍ଥୀଙ୍କ ଠାରୁ ହାରିଥିଲେ
– ୨୦୧୯ ଟିକେଟ୍ ଘୋଷଣା ପୂର୍ବରୁ ବିଜେଡିରେ ସାମିଲ ହୋଇଛନ୍ତି

୨୦୧୯– କଂଗ୍ରେସ: ଶିବାଜୀ ମାଝୀ

– ୨୦୦୯ରେ ବିଧାୟକ
– ୨୦୧୪ରେ ଟିକେଟ୍ କଟିଥିଲା
– ୨୦୧୯ ପାଇଁ ପୁଣି ଟିକେଟ୍ ମିଳିଛି

୨୦୧୯–ବିଜେପି: ରମେଶ ମାଝୀ
– ୨୦୧୯ ପାଇଁ ବିଜେପିର ନୂଆ ମୁହଁ
– ପୂର୍ବତନ ସରପଂଚ
– ପ୍ରଥମଥର ବିଧାନସଭା ନିର୍ବାଚନ ଲଢୁଛନ୍ତି

ମୈଦାନରେ ମହିଳା ପ୍ରାର୍ଥୀ

– କେହି ନାହାଁନ୍ତି

ନିର୍ବାଚନ ମଣ୍ଡଳୀ ତଥ୍ୟ

– ଲାଂଜିଗଡ ବ୍ଳକ୍, ଥୁଆମୂଳରାମପୁର ବ୍ଳକ୍ ଏବଂ ଜୟପାଟଣା ବ୍ଳକ୍କୁ ନେଇ ଲାଂଜିଗଡ ବିଧାନସଭା ନିର୍ବାଚନମଣ୍ଡଳୀ ଗଠିତ
– ଲାଂଜିଗଡ ଓ ଜୟପାଟଣା ବ୍ଳକ୍ ବିଜେଡି ଦଖଲରେ ରହିଛି
– ଥୁଆମୂଳରାମପୁର ବ୍ଳକ୍ ବିଜେପି ଦଖଲରେ ରହିଛି

ମୁହାଁମୁହିଁ ପ୍ରାର୍ଥୀ

– ବିଜେଡି ପ୍ରାର୍ଥୀ ପ୍ରଦୀପ ଦିଶାରୀ ଦ୍ୱିତୀୟଥର ପାଇଁ ନିର୍ବାଚନ ଲଢୁଛନ୍ତି
– ଗତଥର କଂଗ୍ରେସରୁ ଲଢି ହାରିଥିଲେ, ୨ମାସ ତଳେ ବିଜେଡିରେ ମିଶି ଟିକେଟ୍ ପାଇଛନ୍ତି
– କଂଗ୍ରେସ ପ୍ରାର୍ଥୀ ଶିବାଜୀ ମାଝୀ ୨୦୦୯ରେ ବିଧାୟକ ଥିଲେ
– ୨୦୧୪ରେ ଟିକେଟ୍ କଟିଥିଲା, ୨୦୧୯ରେ ପୁଣି ମିଳିଛି ଟିକେଟ୍
– ପୂର୍ବତନ ସରପଂଚ ରମେଶ ମାଝୀଙ୍କୁ ପ୍ରାର୍ଥୀ କରିଛି ବିଜେପି

ଲାଂଜିଗଡ ବିଧାନସଭା ଆସନ

– ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ଆସନ ସଂରକ୍ଷିତ
– ୨୦୧୪ରେ କଂଗ୍ରେସ ୨୦୦୯ର ବିଧାୟକ ଶିବାଜୀ ମାଝୀଙ୍କ ଟିକେଟ୍ କାଟିଥିଲା
– ୨୦୧୯ ପାଇଁ ବିଜେଡି ୨୦୧୪ର ବିଧାୟକ ବଳଭଦ୍ର ମାଝୀଙ୍କ ଟିକେଟ୍ କାଟିଛି