ହ୍ୱାଟସଆପ୍ ବ୍ୟବହାରକାରୀଙ୍କ ପାଇଁ ଖୁସିଖବର ! ଏଣିକି ଚାଟିଂ କଲା ବେଳେ ମିଳିବ କିଛି ଏଭଳି ସୁବିଧା ।

39

ସମ୍ପ୍ରତ୍ତି ସମାଜରେ ବାର୍ତ୍ତାଳାପର ଏକ ପ୍ରମୁଖ ମାଧ୍ୟମ ପାଲଟିଛି ହ୍ୱାଟସଆପ୍ । ଦିନକୁ ଦିନ ହ୍ୱାଟସଆପର ଚାହିଦା ମଧ୍ୟ ବଢ଼ିବାକୁ ଲାଗିଛି । ଆଉ ଏହାକୁ ଦୃଷ୍ଟିରେ ରଖି ହ୍ୱାଟସଆପ ଲଗାତାର ଭାବେ ନିଜର ଫିଚର ରେ ପରିବର୍ତ୍ତନ କରୁଛି । ନିକଟରେ ମିଥ୍ୟା ଖବରକୁ ରୋକିବା ପାଇଁ ହ୍ୱାଟସଆପ ପଦକ୍ଷେପ ନେଇଛି । ତେବେ ଏଣିକି ହ୍ୱାଟସଆପରେ ଚାଟ କରିବା ବଦଳରେ ୧୦ଟି ଆଞ୍ଚଳିକ ଭାଷା ବି ଉପଳବ୍ଧ ରହିଛି । ଏଥିରେ ଇଂରାଜୀ, ହିନ୍ଦୀ, ବଙ୍ଗାଳୀ, ପଞ୍ଜାବୀ, ତେଲୁଗୁ, ମରାଠୀ, ତାମିଲ, ଊର୍ଧୁ, ଗୁଜରାଟୀ, କନ୍ନଡ ଓ ମାଲାୟାଲମ୍ ସାମିଲ ରହିଛି ।

୫ଟି ଷ୍ଟେପରେ ଜାଣନ୍ତୁ କେମିତି କରିବେ ଭାଷା ପରିବର୍ତ୍ତନ :

୧. ନିଜର ହ୍ୱାଟସଆପ ଖୋଲନ୍ତୁ

୨. ମେନୁ ବଟନକୁ ଯାଆନ୍ତୁ

୩. ଏହାପରେ ସେଟିଂକୁ ଖୋଲନ୍ତୁ

୪. ଚାଟ ଅପସନକୁ ଯାଇ, ଓପନ୍ ଆପ୍ ଲାଙ୍ଗୁଏଜ ସିଲେକ୍ଟ କରନ୍ତୁ

୫. ଏଠାରେ ଏବେ ଆପଣଙ୍କ ଭାଷାକୁ ବାଛି ପାରିବେ