ମନାଲୀ ଲେହର ରାଜପଥରେ ଭୂସ୍ଖଳନ, ଯାତାୟତ ବାଧାପ୍ରାପ୍ତ : ସେପଟେ ଲଗାତାର ବର୍ଷା ଯୋଗୁଁ ରାଜସ୍ଥାନରେ ବନ୍ୟା ପରିସ୍ଥିତି

30

କନକ ବ୍ୟୁରୋ : ମନାଲୀ ଲେହର ରାଜପଥରେ ଭୂସ୍ଖଳନ । ହିମାଚଳ ପ୍ରଦେଶର ମନାଲୀରୁ ପ୍ରାୟ ୩୦ କିଲୋମିଟର ଦୂର ରାଷ୍ଟ୍ରିୟ ରାଜମାର୍ଗ-ରେ ଭୂସ୍ଖଳନ ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି । ଗତ ୨୪ ଘଂଟା ମଧ୍ୟରେ ପ୍ରବଳ ବର୍ଷା ଯୋଗୁଁ ଏହି ଭୂସ୍ଖଳନ ହୋଇଥିବା ଜଣାପଡ଼ିଛି । ସେପଟେ ପ୍ରଶାସନ ପକ୍ଷରୁ ରାସ୍ତା ସଫା କାର୍ଯ୍ୟ ଜାରି ରହିଛି । ସେପଟେ ଯାତାୟତ ସ୍ଥିତି ପରଖିବା ପାଇଁ ପୁଲିସ ମୁତୟନ କରାଯାଇଛି । ତେବେ ଲେହକୁ ଆସିଥିବା ପର୍ଯ୍ୟଟକ ବହୁ ଅସୁବିଧାର ସାମ୍ନା କରିବା ସହ ଅସେନ୍ତାଷ ପ୍ରକାଶ କରିଛନ୍ତି ।

ସେପଟେ ରାଜସ୍ଥାନରେ ବନ୍ୟା । ପ୍ରତାପଗଡ ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପୁଜିଥିବା ବେଳେ ଲଗାତାର ବର୍ଷା ଦାଉ ସାଧିୁଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ରାସ୍ତାଘାଟରେ ପାଣି ଜମିରହିଥିବାରୁ ଲୋକମାନେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଛି । ତେବେ ପ୍ରତାପଗଡ ପିପୁଲଖୁଂଟରେ ୧୯ ସେଂଟିମିଟର ଅଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି । କିଛି ଦିନ ହେଲା ପ୍ରବଳ ବର୍ଷା ହୋଇଥିବାରୁ ଶିବନା, ଜଖମ ଓ କିଛି ନଦୀମାନଙ୍କରେ ଜଳସ୍ତର ବଡ଼ିଯାଇଛି । ଏହାସହ ଦାଉ ସାଧିଛି ଲଗାଣ ବର୍ଷା । ଫଳରେ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ସେପଟେ ୨୪ ଘଂଟା ମଧ୍ୟରେ ରାଜସ୍ତାନ ପୂର୍ବ ଓ ପଶ୍ଚିମ ଅଂଚଳରେ କିଛି ସ୍ଥାନରେ ପ୍ରବଳ ବେଗରେ ପବନ ବହିବା ସହ ବର୍ଷା ହେବାର ସମ୍ବାବନା ରହିଥିବା ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି ।