ଜଙ୍ଗଲିଆ ରାସ୍ତାରେ ଫୁଟିଲା ଲ୍ୟାଣ୍ଡମାଇନ୍ ! ଟ୍ରକ ଉଡିଲା, ସିଆରପିଏଫ ଯବାନଙ୍କ ଜୀବନ ଗଲା ।

140

କନକ ବ୍ୟୁରୋ : ଏମିତି ଏକ ଘଟଣା ଯାହା ଆପଣଙ୍କ ଛାତି ଥରେଇ ଦେବ । ହଠାତ ଲ୍ୟାଣ୍ଡମାଇନ ବିସ୍ଫୋରଣ ହେବାର ଛାତି ଥରା ଘଟଣା । ବିସ୍ଫୋରଣରେ ଏକ ଟ୍ରକ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି । ଏହି ଟ୍ରକରେ କାର୍ଯ୍ୟରତ ଜଣେ ସିଆରପିଏଫ ଯବାନ ବ୍ରଜମୋହନ ବେହେରାଙ୍କ ଘଟଣାରେ ମୃତ୍ୟୁ ହୋଇଛି ।

ଲ୍ୟାଣ୍ଡମାଇନ ବିସ୍ଫୋରଣ ଲାଇଭ । ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟ ହିଁ ବୟାନ କରୁଛି ବିସ୍ଫୋରଣ ପଛର କାହାଣୀ । କେତେ ଭୟଙ୍କର ଥିଲା ଏହି ବିସ୍ଫୋରଣ । ବିଜାପୁର ସିଆରପିଏଫ୍ କ୍ୟାମ୍ପ ନିକଟରେ ଗତ ୪ଦିନ ତଳେ ଘଟିଛି ଏହି ଘଟଣା । କିପରି ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଉଡିଯାଇଛି ଟ୍ରକ । ସେହି ଭୟଙ୍କର ବିସ୍ଫୋରଣର ଭିଡିଓ ସିସିଟିଭିରେ କଏଦ ହୋଇଛି ।

blast live visualବିଜାପୁର ଜଙ୍ଗଲିଆ ରାସ୍ତା ଦେଇ ଆସୁଥିଲା ଏକ ଟ୍ରକ । ଆଉ ସେହି ସମୟରେ ଅଚାନକ ମାଓବାଦୀଙ୍କ ଦ୍ୱାରା ଖଂଜାଯାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ବିସ୍ଫୋଣରର ଗର୍ଜନରେ ଥରହର ହୋଇ ଉଠିଥିଲା ସମଗ୍ର ଅଂଚଳ । ପୁରା ଅଂଚଳ ଧୂଆଁମୟ ହୋଇଯାଇଥିଲା । ବିସ୍ଫୋରଣ ଯୋଗୁଁ ଗାଡିଟି ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଉଥିଲା । ଆଉ ବିସ୍ଫୋରଣରେ ସେହି ସ୍ଥାନରେ ଡ୍ୟୁଟି କରୁଥିବା ସିଆରପିଏଫ୍ ଯବାନ ବ୍ରଜମୋହନ ବେହେରା ସହିଦ ହୋଇଥିଲେ ।