ବିହାରରେ ସଙ୍କଟରେ ଜେଡିୟୁ-ଆରଜେଡି ମହାମେଂଟ୍ ! ଆଜି ୧୦ଟାରେ ଆରଜେଡି ବିଧାୟକ ଦଳ ବୈଠକରେ ଲାଲୁ କରିବେ ରଣନୀତି

25

କନକ ବ୍ୟୁରୋ: ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ପରିବାର ଉପରେ ସିବିଆଇ ଚଢାଉ ପରେ ବିହାରରେ ଜେଡିୟୁ-ଆରଜେଡି ମେଂଟ ନେଇ ସଂକଟ ଦେଖାଦେଇଛି । ଘନ ଘନ ବୈଠକ କରି ଉଭୟ ଦଳର ଆଗାମୀ ରଣନୀତି ପ୍ରସ୍ତୁତ କରୁଛନ୍ତି । ଆଜି ଦିନ ୧୦ଟାରେ ନିଜ ବାସଭବନରେ ଆରଜେଡି ବିଧାୟକ ଦଳ ବୈଠକ ଡକାଇଛନ୍ତି ଆରଜେଡି ସୁପ୍ରିମୋ ଲାଲୁପ୍ରସାଦ ଯାଦବ । ଏହି ବୈଠକରେ ଲାଲୁ ନିଜ ପୁଅ ତଥା ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ସଂପର୍କରେ ନିଷ୍ପତି ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଏହାର ଠିକ୍ ୨୪ ଘଂଟା ପରେ ଅର୍ଥାତ୍ ଆସନ୍ତାକାଲି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ମଧ୍ୟ ଦଳୀୟ ବୈଠକ ଡକାଇଛନ୍ତି । କାଲି ଦିନ ସାଢେ ୧୧ଟାରେ ଏହି ବୈଠକ ବସିବ । ଜେଡିୟୁ ବୈଠକରେ ଜେଡିୟୁ ବିଧାୟକ ଓ ସାଂସଦଙ୍କ ସହ ଜିଲ୍ଲା ପ୍ରତିନିଧିମାନେ ମଧ୍ୟ ସାମିଲ ହେବେ । ଏହା ସହ ବିଧାନପରିଷଦ ସଦସ୍ୟ ମଧ୍ୟ ବୈଠକରେ ଯୋଗ ଦେବେ । ଜେଡିୟୁ-ଆରଜେଡି ମେଂଟକୁ ନେଇ ଆଗାମୀ ରଣନୀତି କଣ ହେବ ସେ ସଂପର୍କରେ ଜେଡିୟୁର ଦଳୀୟ ବୈଠକରେ ବିଚାର ବିମର୍ଷ ହୋଇପାରେ ।