ଆରଜେଡି ମୁଖିଆଙ୍କ ନୂଆ ପରିଚୟ ! ଥିଲେ ମୁଖ୍ୟମନ୍ତ୍ରୀ, ହେବେ ମାଳି

31

କନକ ବ୍ୟୁରୋ :  ହଜାରିବାଗ୍ ଜେଲର ବଗିଚାରେ ଠିକ୍ ଏମିତି, ମାଳି ଭାବରେ ନଜର ଆସିବେ ଲାଲୁ ପ୍ରସାଦ ଯାଦବ । ଦିନେ କ୍ଷମତାର ଶୀର୍ଷ ଆସନରେ ପହଂଚିଥିବା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଜେଲର ବଗିଚାରେ ଏମିତି ମାଟି ଖେଳୁଥିବା ଏବଂ ଗଛଲତାରେ ପାଣି ଦେବାର କାମ କରିବେ । ଆଉ ଏଥିପାଇଁ ତାଙ୍କୁ ଦୈନିକ ମଜୁରୀ ମିଳିବ ମାତ୍ର ୯୩ ଟଙ୍କା । ସରକାରୀ ବାସଭବନରେ ବିଳାସପୂର୍ଣ୍ଣ ଜୀବନ ବଂଚୁଥିବା ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ହଜାରିବାଗ୍ ଜେଲରେ ଅତି ସାଧାରଣ ଜୀବନଯାପନ କରିବାକୁ ପଡ଼ିବ ।

ଲାଲୁ ପ୍ରସାଦ ଯାଦବଙ୍କ ଠିକଣା ପାଲଟିବ ହଜାରିବାଗ୍ ଜେଲ । ଯେଉଁଠି ସେ, ଅନ୍ୟ ୧୫ ଜଣ କଏଦୀଙ୍କ ମୁକ୍ତକାଶ ଜେଲରେ ସମୟ କାଟିବେ । ଆଉ କାମ କହିଲେ ବଗିଚାର ରକ୍ଷଣାବେକ୍ଷଣ । ମୁଖ୍ୟମନ୍ତ୍ରୀ ଥିବା ଲାଲୁଙ୍କ ନୂଆ ପରିଚୟ ହେବ ହଜାରିବାଗ୍ ଜେଲର ଜଣେ ମାଳି । ଅନେକ ସମୟରେ ନିଜ ଗୋଶାଳାରେ ଗୋରୁ ସେବା କରୁଥିବା ଚିତ୍ର ଆପଣ ଦେଖିଥିବେ । ଆଉ ଏହି ଅଭିଜ୍ଞତା ଲାଲୁ ଯାଦବଙ୍କୁ ସଜା କାଟିବା ବେଳରେ ସହାୟକ ହେବାକୁ ଯାଉଛି । ଜଜ୍ କହିଛନ୍ତି- ଅଭିଯୁକ୍ତମାନଙ୍କୁ ଖୋଲା ଜେଲରେ ରଖିବା କଥା, କାହିଁକି ନା ଗୋପାଳନରେ ସେମାନଙ୍କ ଅଭିଜ୍ଞତା ରହିଛି ।

ଆଉ ଏସବୁ ଭିତରେ ଜେଲରେ ଥାଇ ବିହାରବାସୀଙ୍କ ଉଦ୍ଦେଶ୍ୟରେ ଚିଠି ଲେଖିଛନ୍ତି ଲାଲୁ । ବିପତ୍ତି ବେଳାରେ ତାଙ୍କ ଉପରେ ଆସ୍ଥା ରଖିବା ପାଇଁ ଜନତାଙ୍କୁ ଅପିଲ କରିଛନ୍ତି । ଆଉ ଏହି ବାର୍ତାକୁ ଗାଁ ଗାଁରେ ପହଁଚାଇବାକୁ ଦାୟିତ୍ୱ ନେଇଛନ୍ତି ପୁଅ ତେଜସ୍ୱୀ ଯାଦବ ।