ଲାଲୁଙ୍କୁ ହେଉନି ରାତିରେ ନିଦ, ଶୁଆଇ ଦେଉନାହାନ୍ତି କୁକୁର ଓ ମଶା ।

28

ଚାରା ଘୋଟାଲା ମାମଲାରେ ସଜା କାଟୁଥିବା ଲାଲୁ ଯାଦବ ଏବେ ରାଂଚି ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ କୁକୁର ଭୁକିବା, ମଶା କାମୁଡ଼ିବା ଓ ଶୌଚାଳୟରୁ ଦୁର୍ଗନ୍ଧ ବାହାରିବା ଯୋଗୁ ରାତିରେ ଶୋଇ ପାରୁନାହାନ୍ତି ଆରଜେଡ଼ି ସୁପ୍ରିମୋ । ଅଲଗା ୱାର୍ଡକୁ ସ୍ଥାନାନ୍ତର ପାଇଁ ଲାଲୁ କରିଛନ୍ତି ଆବେଦନ ।

ଚାରା ଘୋଟାଲା ମାମଲାରେ ସଜା କାଟୁଥିବା ଲାଲୁଙ୍କୁ ରାତିରେ ନିଦ ହେଉନାହିଁ । ତେବେ ନିଦ ନ ହେବାର କାରଣ ସଜା ନୁହଁ ବରଂ କିଛି ଅଲଗା । ରାତି ହେଲେ ଲାଲୁଙ୍କୁ କାମୁଡ଼ୁଛନ୍ତି ମଶା ଆଉ ଜୋରରେ ଭୁକୁଛନ୍ତି ବୁଲା କୁକୁର । ରାଞ୍ଚି ରିମ୍ସରେ ଏବେ ଚିକିତ୍ସିତ ହେଉଥିବା ଆରଜେଡ଼ି ସୁପ୍ରିମୋ ଏବେ ମଶା, କୁକୁରଙ୍କ ଉତ୍ପାତ୍ ତଥା ହସ୍ପିଟାଲ ଶୌଚାଳୟର ଦୁର୍ଗନ୍ଧରେ ଅତିଷ୍ଠ ଲାଲୁ ନୂଆ ତିଆରି ହୋଇଥିବା ପେୟିଙ୍ଗ୍ ୱାର୍ଡକୁ ସ୍ଥାନାନ୍ତର ପାଇଁ ଆବେଦନ କରିଛନ୍ତି ।

ଲାଲୁ ନିଜ ଆବେଦନରେ ଦର୍ଶାଇଛନ୍ତି, ମଶା କାମୁଡ଼ିବା ଯୋଗୁ ତାଙ୍କୁ ଡେଙ୍ଗୁ ହେବାର ଭୟ ରହିଛି । ଅନ୍ୟପଟେ ଲାଲୁଙ୍କ ଆବେଦନ ପରେ ଘଟଣାରେ ଲାଗିଛି ରାଜନୈତିକ ରଂଗ । ଜେଡ଼ିୟୁ ପ୍ରବକ୍ତା ନୀରଜ କୁମାର ଟ୍ୱିଟ୍ କରି ଲାଲୁଙ୍କ ଆଡ଼କୁ ବ୍ୟଙ୍ଗବାଣ ଛାଡ଼ିଛନ୍ତି । ସେ କହିଛନ୍ତି ପୂର୍ବରୁ ଜେଲ୍ ବାହାରେ ରହିବାକୁ ବାରମ୍ବାର ଆବେଦନ କରୁଥିଲେ ଲାଲୁ, ଏବେ ତାଙ୍କୁ ମଶା ଓ କୁକୁର ଡରାଉଛନ୍ତି । ଲାଲୁଙ୍କ ଶାସନରେ ବିହାର ଜନତା ଭୟର ବାତାବରଣ ଭିତରେ ଥିଲେ, କିନ୍ତୁ କଥାରେ କଂଟା ମଂଜି ପୋତିଲେ ଆମ୍ବ ଗଛ ଫଳେନାହିଁ । ସେପଟେ ହସ୍ପିଟାଲ କର୍ତୃପକ୍ଷ ମଧ୍ୟ ଲାଲୁ ଯାଦବ ଏଭଳି ଆବେଦନ କରିଥିବା ସ୍ୱୀକାର କରିଛନ୍ତି ।

ପାରୋଲ୍ ଅବଧି ବଢ଼ାଇବାକୁ ଲାଲୁ କରିଥିବା ଆବେଦନକୁ ଗତ ସପ୍ତାହ ଖାରଜ୍ କରିଥିଲେ ଝାଡ଼ଖଣ୍ଡ ହାଇକୋର୍ଟ । ଏହାପରେ ବାଧ୍ୟ ହୋଇ ଲାଲୁଙ୍କୁ ଆତ୍ମସମର୍ପଣ କରିବାକୁ ପଡ଼ିଥିଲା । ଜେଲରୁ ରିମ୍ସ ଆସି ଚିକିତ୍ସିତ ହେଉଥିବା ଲାଲୁଙ୍କୁ ଏବେ ଶୁଆଇଦେଉନାହାନ୍ତି ମଶା ଓ କୁକୁର ।